www.samajalive.in
Tuesday, December 9, 2025
16.1 C
Bhubaneswar

ନବାନ୍ନ ଖାଇବାର ପରମ୍ପରା ‘ନୂଆଁଖାଇ’କୁ ଭାରତ ସ୍ୱୀକାର କରିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନବାନ୍ନ ଖାଇବାର ସାଂସ୍କୃତିକ ପରମ୍ପରା ନୂଆଁଖାଇକୁ ଆଜି ଭାରତ ସ୍ୱୀକାର କରିଛି । ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଜୀଙ୍କ ଠାରୁ ଆରମ୍ଭ କରି ଅନେକ ତୁଙ୍ଗ ନେତୃତ୍ୱ ଏହି ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ଏହା ଆମ ସମାଜ ଓ ସଂସ୍କୃତି ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ଠାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବା ମଞ୍ଚ’ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ୍’କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି,  ନୂଆଁଖାଇ ହେଉଛି ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ । ନୂଆଁଖାଇ ଆଉ ଏକ ଆଞ୍ଚଳିକ ପର୍ବ ହୋଇ ରହିନାହିଁ ବରଂ ଜାତୀୟ ପର୍ବରେ ରୂପାନ୍ତରିତ ହୋଇସାରିଛି । ଆଗାମୀ ଦିନରେ ଏହି ପର୍ବକୁ ଆହୁରି ଭବ୍ୟ ଭାବେ ପାଳନ କରିବା ପାଇଁ ସମସ୍ତେ ପ୍ରତିଜ୍ଞା କରିବା ଦରକାର । ବିଗତ ବର୍ଷ ଧରି ଭୁବନେଶ୍ୱରରେ ‘ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବା ମଞ୍ଚ’ ପକ୍ଷରୁ ନୂଆଁଖାଇ ଭେଟଘାଟର କାର୍ଯ୍ୟକ୍ରମ ଆୟୋଜନ ହେବା ଖୁସିର ବିଷୟ । ରାଜ୍ୟର ସଂସ୍କୃତି ଓ ଐତିହ୍ୟ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories