www.samajalive.in
Sunday, December 14, 2025
17.1 C
Bhubaneswar

୧ରୁ ଅନଶନରେ ବସିବେ ଉଠା ଦୋକାନୀ

ବଲାଙ୍ଗିର, :ଅଗଷ୍ଟ ୧୨ ତାରିଖରେ ବଲାଙ୍ଗିର ସହରର ଉଠା ଦୋକାନୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଅଗଷ୍ଟ ୧୩ ତାରିଖ ପୋ÷÷ର ପ୍ରଶାସନ ସହ ଆଲୋଚନା ପରେ ଉଠା ଦୋକାନୀ ଆନ୍ଦୋଳନରୁ ଓହରି ଯାଇଥିଲେ । ୪୬ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୋ÷÷ଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଉଠା ଦୋକାନୀମାନେ ଆସନ୍ତା ଅକ୍ଟୋବର ୧ରୁ ଗାନ୍ଧୀନଗର ପଡା ଗାନ୍ଧୀ ପ୍ରତିମୃତ୍ତି ସମ୍ମୁଖରେ ପରିବାର ସହ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ନିର୍ବାହୀ ଅଧିକାରୀ ପୋ÷÷ର ପରିଷଦ, ଜିଲାପାଳ ବଲାଙ୍ଗିର, ଜିଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଚିଠି ମାଧ୍ୟମରେ ଲେଖି ଜଣାଇଛନ୍ତି । ଦୀର୍ଘର୍ ୪ ମାସ ହେଲାଣି ଉଠା ଦୋକାନୀଙ୍କୁ ପୌର ସଂସ୍ଥା ପକ୍ଷରୁ ଉଠାଇ ଦେଇଥିବାରୁ ଉଠାଦୋକାନୀମାନଙ୍କ ରୋଜଗାର ଠପ୍‌ ହୋଇଯାଇଛି । ବାରମ୍ବାର ଜିଲାପାଳ କାର୍ଯ୍ୟାଳୟ ଓ ପୌର ସଂସ୍ଥାକୁ ଥଇଥାନ ପାଇଁ ଅନୁରୋଧ କରିବାକୁ ଯାଉଥିଲେ ବି କୋ÷÷ଣସି ପଦକ୍ଷେପ ନିଆଯାଉ ନାହିଁ । ତେଣୁ କମିଟି ବାଧ୍ୟ ହୋଇ ଅନଶନରେ ବସିବ ବୋଲି ଶରତ ଚନ୍ଦ୍ର ଜୟସୱାଲ, ଶିବ ସାହୁ, ଅମର କର, ବନମାଲି ମେହେର, ଅନିଲ ଲାଲୱାନି, ନାରାୟଣ ରାଉତ, ସୟଦ ଅଫ୍ରୋଜ ଅଲ୍ଲି, ସେକ ବୈରଦ୍ଧିନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories