ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସୁରଡ଼ା ପଞ୍ଚାୟତର ମହଗାଁ ଗାଁ। ଗ୍ରାମବାସୀ ମାନଙ୍କୁ ୩ ମାସ ହେଲା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ଚାଉଳ ପ୍ରଦାନ କରାଯାଇ ନାହିଁ। ଏହାକୁ ନେଇ ଗତ ନଭେମ୍ବର ୩ ତାରିଖରେ ଗ୍ରାମବାସୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳ, ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ ଅଣଦେଖା ହୋଇଛି। ଏହାକୁ ନେଇ ଆଜି କଂଗ୍ରେସ ନେତା ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗାଁର ଶତାଧିକ ମହିଲା ପୁରୁଷ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
Popular Categories



