ଖଣ୍ଡିଆ ବାବାଙ୍କ ବେଆଇନ୍ ଆଶ୍ରମକୁ ଭାଙ୍ଗିଲା ବନ ବିଭାଗ
କାମାକ୍ଷାନଗର: ଭାଙ୍ଗିଲା ଖଣ୍ଡିଆ ବାବାଙ୍କ ଆଶ୍ରମ । ବାବାଙ୍କ ବେଆଇନ ଆଶ୍ରମକୁ ଉଚ୍ଛେଦ କଲା ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅଧିନସ୍ଥ କଙ୍କିଳି ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲରେ ଥିବା ବାବାଙ୍କ ଆଶ୍ରମକୁ ଆଜି ବନ ବିଭାଗ ଉଚ୍ଛେଦ କରିଛି । ପୂର୍ବରୁ ଖଣ୍ଡିଆ ବାବା ଓରଫ ଅନନ୍ତ ଚରଣ ଦାସଙ୍କ ନାମରେ ଅନେକ ଅଭିଯୋଗ ହୋଇଥିବା ବେଳେ ଗତକିଛି ଦିନ ହେବ ବାବାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
ବାବା କଙ୍କିଳି ଗ୍ରାମ ନିକଟରେ ଥିବା ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରୁ ବଡ଼ ବଡ଼ ଶାଳଗଛ ସବୁ କାଟି ପ୍ରାୟ ଦୁଇ ବର୍ଷ ଧରି ନିଜର ଆଶ୍ରମ ସ୍ଥାପନ କରି କାୟା ବିସ୍ତାର କରିଥିଲେ l ଏନେଇ ବାରମ୍ବାର ଅଭିଯୋଗ ହୋଇଆସିଥିଲା । ପରେ ବାବାଙ୍କ ଗଛକଟା ଘଟଣା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିକଟରେ ପହଞ୍ଚି ଥିଲା l
ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ମୁକ୍ତପଶି ଫରେଷ୍ଟର ଗତ ୨୦ ତାରିଖରେ ଖଣ୍ଡିଆ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ପରେ ରବିବାର ପଶ୍ଚିମାଞ୍ଚଳ ରେଞ୍ଜର ବନବିହାରୀ ସର୍ଦାରଙ୍କ ସହ ତାଙ୍କ ଟିମ୍ ବାବାଙ୍କ ଆଶ୍ରମ ନିକଟରେ ପହଞ୍ଚିବା ସହ ବେଆଇନ ଭାବେ ଜଙ୍ଗଲରେ ଥିବା ବାବାଙ୍କ ଆଶ୍ରମକୁ ଉଚ୍ଛେଦ କରିଥିଲେ ।
Comments are closed.