www.samajalive.in
Tuesday, December 9, 2025
19.1 C
Bhubaneswar

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ

ଭୁବନେଶ୍ବର:: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ସେପ୍ଟେମ୍ବର ୨୬ରେ ଖେଳାଯିବ। ଏଥି ପାଇଁ ବାରବାଟୀ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଲିଜେଣ୍ଡ୍ସ ଲିଗ କ୍ରିକେଟରେ ଅଂଶ ଗ୍ରହଣ କରିବାକୁ ଥିବା ୨ଟି ଟିମ ଆଜି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ଏହି ୨ଟିମର ଖେଳାଳୀ ସିଧାସଳଖ ହୋଲେଟ ମେ ‌ଫେୟାରକୁ ଯାଇଥିଲେ। ହୋଟେଲ ମେ ଫେୟାରରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା।

ସୂଚନାଯୋଗ୍ୟ, ବାରବାଟୀରେ ସେପ୍ଟେମ୍ବର ୨୬ରୁ ୨୯ ପର୍ୟ୍ୟନ୍ତ ତିନୋଟି ଲିଗ୍‌ ପର୍ୟ୍ୟାୟ ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୨୬ରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories