www.samajalive.in
Monday, December 15, 2025
14.1 C
Bhubaneswar

ବ୍ରହ୍ମପୁରରେ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ସମ୍ବର୍ଦ୍ଧନା

ଫୁଲବାଣୀ: ବିଗତ ତିନିବର୍ଷ ଧରି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ କିଛି ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ ଗଠନ କରାଯାଇଥିଲା। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ଲକ୍ଷ୍ୟରେ ଗଢ଼ି ଉଠିଛି ଏହି ଅନୁଷ୍ଠାନ। ଆଜି ପର୍ଯ୍ୟନ୍ତ ଏହି ଟିମ୍ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ସଙ୍ଗଠନମୂଳକ କାର୍ଯ୍ୟକ୍ରମ କରି ଆସୁଛି। ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଏହି ଟିମ୍ ସେବା ଜାରି ରଖିଛି। ଜିଲ୍ଲାବାସୀଙ୍କ ସହଯୋଗ ଏବଂ ଟିମ୍ ସଦସ୍ୟ ସଦସ୍ୟାଙ୍କ ଅପୂର୍ବ ସାହାସ ଏବଂ ଉତ୍ସର୍ଗୀକୃତ ମନୋଭାବ ପାଇଁ ଟିମ୍ ଅନେକ ସ୍ଥାନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଶନିବାର ବ୍ରହ୍ମପୁର ସହରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ”ର ୫ବର୍ଷ ପୂର୍ତ୍ତି ଅବସରରେ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ନିମନ୍ତ୍ରଣ କରାଯାଇଥିଲା। ଟିମ୍ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି ଏବଂ ରବିନ୍ଦ୍ର ମହାରଣା ପ୍ରମୁଖ ସେଠାରେ ପହଞ୍ଚିଥିଲା ବେଳେ ଟିମର ଉଲ୍ଲେଖନୀୟ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ସମ୍ବର୍ଦ୍ଧିତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories