କାମାକ୍ଷାନଗର: ମଠକରଗୋଳା ମବିଦ୍ୟାଳୟର ଜାତୀୟ ସେବା ଯୋଜନାର ତିନିଗୋଟି ୟୁନିଟ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାସ ସଭାପତିତ୍ୱ କରିଥିବା ବେଳେ ଯୁବ ରେଡ଼କ୍ରସ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ସ୍ବେଛାସେବୀମାନେ ସେବା ମନୋବୃତିକୁ ପାଥେୟ କରି ନିଜର ଚରିତ୍ର ଗଠନ ସହିତ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ କିପରି ସାମିଲ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର, ଲଳିତ କୁମାର ବେହେରା, ଶୁଭସ୍ମିତା ବିଶ୍ୱାଳ ଦିବସର ମହତ୍ୱ ଉପରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅଧକାରୀ ପ୍ରଫେସର ପ୍ରଦୀପ୍ତ କୁମାର ସାହୁ, ସୋମନାଥ ପଣ୍ଡା, ଶ୍ରଦ୍ଧାଞ୍ଜଳି ସ୍ୱାଇଁ ପ୍ରମୁଖ ନିଜେ ନିଜ ୟୁନିଟର କାର୍ଯ୍ୟକ୍ରମ ସଂପର୍କରେ ପ୍ରକାଶ କରିଥିଲେ। ଅଧ୍ୟାପକ ସୋମନାଥ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ସ୍ବେଛାସେବୀମାନେ ଉପସ୍ଥିତ ଥିଲେ।
Popular Categories



