କଲମପୁର: ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଥିବା କାର୍ଯ୍ୟକ୍ରମ ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକର ବାରକାଉଡି, ବଡଛତ୍ରଙ୍ଗ, କାଣିଗୁମା ଏବଂ ବାଗଡିଆଣି ଠାରେ “ସ୍ବଚ୍ଛତା ହିଁ ସେବା” ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସ୍ବେଚ୍ଛାସେବୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ବାଗଡିଆଣି ପିଇଓ ହିମାଂଶୁ ଶ୍ଶେଖର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଆବାସ ସଂଯୋଜକ ରାଜେନ୍ଦ୍ର ନାରାୟଣ ସିଂ, ନାଏବ ସରପଞ୍ଚ ଲତା ମଞ୍ଜୁରୀ ପାଣିଗ୍ରାହୀ, ସମିତି ସଭ୍ୟ ଘାସିରାମ ମାଝୀ, ଅଙ୍ଗନବାଡି କର୍ମୀ ରେବତୀ ନାଏକ, ଗାଁ ସାଥି ମନୋରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏବିଡିଓ ଭରତ କୁମାର ମେହେରଙ୍କ ନେତୃତ୍ୱରେ କାଣିଗୁମା, ଡବ୍ଲ୍ୟୁଇଓ ଗଙ୍ଗାଧର ବେହେରାଙ୍କ ନେତୃତ୍ବରେ ବାରକାଉଡି ଏବଂ ଖାଦ୍ୟ ଯୋଗାଣ ଅଧିକାରୀ ସୁମନ୍ତ ମଲ୍ଲିକଙ୍କ ନେତୃତ୍ୱରେ ବଡଛତ୍ରଙ୍ଗ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯନ୍ତ୍ରୀ ମଳୟ ସତପଥି, ପ୍ରତାପ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ମାଝୀ, ବିଜେଡି ଛାତ୍ର ନେତା ସୁଜାନ କୁମାର ନାଏକଙ୍କ ସମେତ ସରପଞ୍ଚ ଏବଂ ପିଇଓ ଉପସ୍ଥିତ ରହିଥିଲେ।



