www.samajalive.in
Sunday, December 14, 2025
19.1 C
Bhubaneswar

ପଥର ଖଣିରୁ ଜେସିବି ଜବତ

ବେଗୁନିଆ: ବେଗୁନିଆ ତହସିଲ ଅଧିନସ୍ଥ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଓଗାଳପୁର ଗୋପୀନାଥପୁରରେ ଏକ ବେଆଇନ ପଥର ଖଣିରେ ଗୋଟିଏ ଜେସିବି ପଥର କାଟିବା ପାଇଁ ମାଟି ସଫା କରୁଥିବା ବେଳେ ଖବର ପାଇ ବେଗୁନିଆ ଆରଆଇ ବିଜୟ କୁମାର ମାର୍ଥା, ବାଘମାରୀ ଆର ଆଇ ମନୋଜ ଦାସ ଏବଂ ଡ଼ାଳତୋଳା ଆର ଆଇ ବିଶେଶ୍ୱର ରାୟ ବେହେରା ଘଟଣାସ୍ଥଳରେ ପଂହଁଚି ସମ୍ପୃକ୍ତ ଜେସିବିକୁ ଜବତ କରି ଆଣି କାର୍ଯ୍ୟାଳୟରେ ରଖିଛନ୍ତି। ନିୟମ ଅନୁସାରେ ସମ୍ପୃକ୍ତ ଡ୍ରାଇଭର ଏବଂ ଗାଡି ମାଲିକ ନାମରେ ଥାନାରେ କେଶ କରିବା ପାଇଁ ଥିବା ବେଳେ ବର୍ତମାନ ସୁଦ୍ଧା ଥାନାରେ ତହସିଲ କାର୍ଯ୍ୟାଳୟ ତରଫରୁ କୌଣସି ଏତଲା ହୋଇନଥିବା ଜଣାପଡିଛି। ଫଳରେ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories