କେନ୍ଦୁଝର ମେଡ଼ିକାଲରେ ଶିଶୁ ମଡ଼କ, ଥାନାରେ ଏତଲା
କେନ୍ଦୁଝର: କେନ୍ଦୁଝର ମେଡ଼ିକାଲରେ ୧୮ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ କେନ୍ଦୁଝର ଟାଉନ ଥାନାରେ ଏତଲା ଦାୟର କରାଯାଇଛି। ଶିଶୁ ପୁତ୍ର ହରାଇଥିବା ଜନୈକ ବ୍ୟକ୍ତି କେନ୍ଦୁଝର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଯୋଡ଼ା ଅଞ୍ଚଳର ଦୀପେଶ ନାଏକ ନାମକ ବ୍ୟକ୍ତି କେନ୍ଦୁଝର ଥାନାରେ ଏତଲା ଦାୟର କରିଛନ୍ତି। ଚିକିତ୍ସା ଅବହେଳାରୁ ତାଙ୍କର ୬ଦିନର ପୁଅର ମୃତ୍ୟୁ ହୋଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୀପେଶ ନାଏକ ଦାବି କରିଛନ୍ତି।
Comments are closed.