www.samajalive.in
Monday, December 15, 2025
24.1 C
Bhubaneswar

ଲଗାଣବର୍ଷା ଓ ସମୁଦ୍ର ଜୁଆର ମାଡରେ ନଦୀକୁ ଧସିଲା ବାସଗୃହ; ଅଳ୍ପକେ ବର୍ତ୍ତିଲା ପରିବାର

ଆରଡି: ଗତ ୨ଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ଓ ସମୁଦ୍ରର ଜୁଆର ମାଡରେ ଭଦ୍ରକ ଜିଲା ଆରଡି ନିକଟସ୍ଥ ଶୀତଳପୁର ଗାଁରେ ସାଳନ୍ଦୀ ନଦୀ କୂଳ ଲଂଘିବା ଫଳରେ ନଦୀପଠାକୁ ଲାଗି ଥିବା ବାବାଜି ପରିଡା, ପଦ୍ମଲୋଚନ ପରିଡାଙ୍କ ସହ ୫ଟି ପରିବାରର ଭିଟାମାଟି ଏବେ ନଦୀରେ ଲୀନ ହେବାକୁ ବସିଛି। ଏପରିକି ସୋମବାର ଲଗାଣ ବର୍ଷା ଓ ସମୁଦ୍ରର ଜୁଆର ମାଡରେ ବାବାଜି ପରିଡାଙ୍କ ୨ବଖରା ବାସଗୃହ ସମ୍ପୂର୍ଣ୍ଣ ଭାବେ ନଦୀକୁ ଧସି ଯିବାରୁ ଘରେ ଥିବା ସମସ୍ତ ଆସବାବପତ୍ର ମାଟି ତଳେ ଚାପି ହୋଇ ରହିଛି। ଫଳରେ ଗତକାଲି ରାତିରୁ ପରିବାର ଲୋକ ନିଜର ଭିଟାମାଟି ଛାଡି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି। କିଛିମାସ ପୂର୍ବରୁ ନଦୀର ଜୁଆର ପାଣି ମାଡରେ ୪ଟି ପରିବାରଙ୍କର ବାସଗୃହ ଅଣ୍ଟାଏ ଉଚ୍ଚରୁ ଦବିଯାଇଥିଲା। ଏପରି ଘଟଣାର ଖବର ପାଇ ଜିଲା ପ୍ରଶାସନ ପରିବାର ଲୋକଙ୍କୁ ଭେଟିବା ସହ ଉକ୍ତ ସ୍ଥାନ ବିପଦପୂର୍ଣ୍ଣ ଥିବାରୁ ଅନ୍ୟତ୍ର ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ନଦୀରେ ହିଂସ୍ର କୁମ୍ଭୀର ଭୟ ରହିଥିବାରୁ ଭୟରେ ଜୀବନ ବିତାଉଛନ୍ତି ନଦୀକୂଳିଆ। ଏଥିସହ ପ୍ରତିଦିନ ନଦୀପଠା ଦେଇ ଯାତାୟତ କରୁଥିବା ସ୍କୁଲ ପିଲା ଓ ଗାଁ ଲୋକଙ୍କ ସୁରକ୍ଷା ପାଇଁ ନଦୀ କଡରେ ଜାଲ ଘେରାଇଛନ୍ତି ଗାଁ ଲୋକ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories