ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘର ଚତୁର୍ଥ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର: ଭାରତୀୟ ମଜଦୁର ସଂଘ ସମ୍ବର୍ଦ୍ଧିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ଚତୁର୍ଥ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଇନଷ୍ଟିଚ୍ୟୁଟ ଅଫ୍ ଇଂଜିନିୟର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ମୂଖ୍ୟ ଅତିଥିଭାବେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସ୍ତରର ସାଧାରଣ ସଂପାଦକ ଏବଂ ଆର୍ଥିକ ଦାୟିତ୍ୱରେ ଥିବା ଗିରିଶ ଚନ୍ଦ୍ର ଆର୍ଯ୍ୟ ଯୋଗ ଦେଇଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମହାପ୍ରବନ୍ଧକ ବସନ୍ତ କୁମାର ପାତ୍ର ଏବଂ ଜଗନ୍ନାଥ ପ୍ରସାଦ ନାୟକ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥିରାଜ ପଣ୍ଡା, ରାଜ୍ୟ ସାଂଗଠନି ମନ୍ତ୍ରୀ ଗିରିଶ ଚନ୍ଦ୍ର ମହନ୍ତ ଏବଂ ସର୍ବଭାରତୀୟ ଗ୍ରାମୀଣ ବ୍ୟାଙ୍କର ମଜଦୁର ସଂଘର ସାଧାରଣ ସଂପାଦକ ନିଶାନ୍ତ ସାଖି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସଂଘକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ସରୋଜ କୁମାର ପ୍ରଧାନ, ମୁଖ୍ୟ ଉପଦେଷ୍ଟା, ଓଜିବିକେଏସ୍ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମସ୍ୟାଗୁଡିକ ବିଷୟରେ ଆଲୋଚନା କରିଥିଲେ। ନୂତନ ଭାବେ ବନବିହାରୀ ପୃଷ୍ଟି, ସାଧାରଣ ସଂପାଦକ, ଓଜିବିକେଏସ୍ ଓ ସୁରେଶ ମହାକୁଡ, ସଭାପତି, ଓଜିବିକେଏସ୍ ଏବଂ ପ୍ରିୟବ୍ରତ ଦାସ, ସାଧାରଣ ସଂପାଦକ, ଓଜିବିଏଏସ୍ ଏବଂ ଦେବାଶିଷ ପରିଡା, ସଭାପତି, ଓଜିବିଏଏସ୍ ଭାବେ ନିଯୁକ୍ତ ହେଲେ। ରଜନି କାନ୍ତ ମହାପାତ୍ରଙ୍କୁ ମୁଖ୍ୟ ଉପଦେଷ୍ଟା,
ସୋମନାଥ ପାଣି, ଉପଦେଷ୍ଟା ଓଜିବିଏଏସ୍ ଭାବେ ଦାୟିତ୍ୱ ଦିଆଗଲା। ପ୍ରଦୀପ୍ତ କୁମାର ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୫୦ରୁ ଅଧିକ କର୍ମଚାରୀ ଯୋଗଦେଇଥିଲେ।

kalyan agarbati

Comments are closed.