ପ୍ରେମଲତା ଖୁଣ୍ଟିଆଙ୍କ ବିୟୋଗରେ ସ୍ମୃତିସଭା, ସ୍ମରଣୀକା ଉନ୍ମୋଚିତ
ଗୁରୁଡିଝାଟିଆ,: ଆଠଗଡ ନିର୍ବାଚନ ମଣ୍ଡଳୀ ଗୋବରା ଗ୍ରାମର ପୂର୍ବତନ ବନଖଣ୍ଡ ଅଧିକାରୀ ଅମର ବଲ୍ଲଭ ଖୁଣ୍ଟିଆଙ୍କ ଧର୍ମପତ୍ନୀ ଓ ଖାଦ୍ୟ ଯୋଗାଣମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶାଶୁ ପ୍ରେମଲତା ଖୁଣ୍ଟିଆଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି। କଟକସ୍ଥିତ ଏକ କଲ୍ୟାଣମଣ୍ଡପରେ ଏକାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତିସଭା ରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଶିଷ୍ଟ ଚିକିତ୍ସକ ପ୍ରଫେସର ସତ୍ୟ ନାରାୟଣ ରାଉତରାୟ, ଇଂ ପ୍ରତାପ ଚନ୍ଦ୍ର ସାମଲ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୁଷ୍ପା ସାମଲ, ଶରତ କୁମାର ଖୁଣ୍ଟିଆ, ବିପିନ ବିହାରୀ ସ୍ୱାଇଁ, ଝିଅ ସ୍ୱପ୍ନା ଖୁଣ୍ଟିଆ, ବନ୍ଦନା ଖୁଣ୍ଟିଆ, କଳ୍ପନା ଖୁଣ୍ଟିଆ, ଚନ୍ଦନା ଖୁଣ୍ଟିଆ, ଭାଣେଜୀ ଅଧ୍ୟାପିକା ସୌଭାଗ୍ୟ ମଞ୍ଜରୀ ବିଶ୍ୱାଳ, ଭଣଜା ଦେବାଶିଷ ବିଶ୍ୱାଳ, ଭଣଜାବୋହୂ ବୀଣାପାଣି ବିଶ୍ୱାଳ, ଡାକ୍ତର ସସ୍ମୀତା ସ୍ୱାଇଁ, ମନ୍ତ୍ରୀ ଶ୍ରୀ ନାୟକ ,ସ୍ୱାମୀ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ଶ୍ରୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତା ଖୁଣ୍ଟିଆ ଜଣେ ପରୋପକାରୀ,ବନ୍ଧୁବତ୍ସଳ,ଆଧ୍ୟାତ୍ମିକ ଭାବରେ ନିର୍ଲିପ୍ତ ମହିଳା ଭାବରେ ସମାଜରେ ସାମାଜିକ ସଂହତି , ଭାତୃଭାବ ବିଶେଷତଃ ମହିଳାମାନଙ୍କ ଉତଥାନ ଦିଗରେ ଉଲ୍ଲେଖନୀୟ ଭୂମିକା ସଂପର୍କରେ ସ୍ମୃତିଚାରଣ କରିବା ସହ ଏକ ସ୍ମରଣୀକାକୁ ଉନ୍ମୋଚନ କରିଥିଲେ।
Comments are closed.