ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନରେ ବିଳମ୍ବ ଅଭିଯୋଗ

ବୌଦ୍ଧ: ବୌଦ୍ଧ ଜିଲାର ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ଗୁଡିକ ପକ୍ଷରୁ ପଂଜିକୃତ ଶ୍ରମିକ ମାନେ ବର୍ଷ ବର୍ଷ ଧରି ବିଭିନ୍ନ ସହାୟତାରୁ ବଞ୍ଚିତ ହୋଇଛନ୍ତି। ୨୦୧୮ ମସିହାରୁ କେହିବି ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ପାଇନଥିବା ଅଭିଯୋଗ ହେଉଛି। ଜିଲାର ପ୍ରାୟ ୨୦ ହଜାର ଆବେଦନକାରୀ ଭଗବାନ ଭରସାରେ ଥିବା ଜଣାପଡିଛି। ୨୦୧୯ ମସିହାରୁ ଶ୍ରମିକମାନେ ବିବାହ ସହୟତା ପାଇନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ଭିତରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ଅନେକ ଥର ଶ୍ରମିକ ମାନେ ଆନ୍ଦୋଳନ କରିଥିବା ବେଳେ କିନ୍ତୁ ସେମାନଙ୍କୁ ପ୍ରତିଶ୍ରତି ପାଣିର ଗାର ପାଲଟିଛି। ଏନେଇ ଜିଲ୍ଲାର ନିର୍ମାଣ ଶ୍ରମିକ ୟୁନିୟନ ସମିତି ପକ୍ଷରୁ ଏକ ଦାବୀ ପତ୍ର ଗୁରୁବାର ଦିନ ଜିଲା ଶ୍ରମଅଧିକାରୀଙ୍କୁ ଦିଆଯାଇଛି। ଶ୍ରମିକଙ୍କୁ ସହାୟତା ପ୍ରଦାନ ନକଲେ ଆଗାମୀ ୨୬ ତାରିଖରୁ ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

kalyan agarbati

Comments are closed.