ବାଲେଶ୍ୱର ଓ କୋରାପୁଟ ଜିଲାରେ ‘ଅହିଂସା ରଥ’ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଇତିହାସରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଦୁଇ ଜିଲା ବାଲେଶ୍ୱର ଓ କୋରାପୁଟର ପବିତ୍ର ମାଟିରେ ଅହିଂସା ରଥ ଗତକାଲିଠାରୁ ପରିକ୍ରମା ଆରମ୍ଭ କରିଛି। ବାଲେଶ୍ୱର ଜିଲାର ଇଞ୍ଚୁଡ଼ିର ଲବଣ ସତ୍ୟାଗ୍ରହ ସେତେବେଳେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଶହୀଦ ପୀଠ ତେନ୍ତୁଳିଗୁମା ଶହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ସର୍ବଦା ଅବିସ୍ମରଣୀୟ । ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରୁଛି ଅହିଂସା ରଥ । ବିଭିନ୍ନ ସ୍ଥାନରେ ଓଡ଼ିଶାର ପାରମ୍ପରିକ ନୃତ୍ୟଗୀତର ମହକ ସହ ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଏବଂ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଅହିଂସା ରଥକୁ ସ୍ୱାଗତ କରାଯାଉଛି । ଛାତ୍ରଛାତ୍ରୀ, ମିଶନ ଶକ୍ତିର ମା’ମାନେ, ସେ୍ୱଚ୍ଛାବେୀ ଅନୁଷ୍ଠାନ, ପଞ୍ଚାୟତିରାଜ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଅଧିବାସୀମାନେ ପ୍ରତି ସଭାରେ ଏବଂ ପଥପାଶ୍ୱର୍ରେ ରଥକୁ ସ୍ୱାଗତ ଜଣାଉଛନ୍ତି ।
ଆଜି ବାଲେଶ୍ୱର ଜିଲ୍ଲାର ରୂପ୍‌ସା ନିକଟରେ ହୀରାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅହିଂସା ରଥକୁ ସ୍ୱାଗତ କରିଥିଲେ । ପରେ ନବ୍ର ଗ୍ରାମପଞ୍ଚାୟତ ଏବଂ ଜାମ୍‌ଶୁଳି ଉଚ୍ଚ ବିଦ୍ୟାଳୟଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥି ସହ ବ୍ଲକ୍‌ ସଦର ମହକୁମା ଓ ଗାନ୍ଧୀ ଛକଠାରେ ଦୁଇଟି ସଭା ଅନୁଷ୍ଠିତ ହୋଇଥିଲା । ବସ୍ତାର ମାନ୍ୟବର ବିଧାୟକ, ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଣାକାରମାନେ ଏହି ସଭାମାନଙ୍କରେ ଉପସ୍ଥିତ ଥିଲେ । ପ୍ରତି ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା ।
ସେହିପରି ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ୍‌ଠାରେ ଦ୍ୱିତୀୟ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଡ଼ିଓ, ସିଡ଼ିପିଓ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତିରାଜ ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା ଓ ବହୁସଂଖ୍ୟକ ସ୍ଥାନୀୟ ଜନତା ଏହି ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ। ଗୋପାଳପୁରଠାରେ ଆୟୋଜିତ ଅନ୍ୟ ଏକ ସଭାରେ ବାଲେଶ୍ୱର ଜିଲ୍ଲାପାଳ, ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀଙ୍କ ସମେତ ବହୁସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ। ପ୍ରତି ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ଏଥି ସହିତ ବାଲେଶ୍ୱର ଜିଲାର ସୋର ବ୍ଲକ୍‌ ଏବଂ ବାଲିଆପାଳ ବ୍ଲକ୍‌ଠାରେ ମଧ୍ୟ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଲକ୍‌ ସଦର ମହକୁମାର ସହ ବିଭିନ୍ନ ଗ୍ରାମପଞ୍ଚାୟତ ପରିକ୍ରମା ସମୟରେ ପଥପାଶ୍ୱରେ ବହୁସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତିରେ ପରିବେଶ ମୁଖରିତ ହୋଇଥିଲା। ପ୍ରତି ବ୍ଲକ୍‌ରେ ଆୟୋଜିତ ସଭାରେ ସଂପୃକ୍ତ ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ବହୁସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ଆଜି କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜୟପୁର ପାୱାର ହାଉସ୍‌ ଛକଠାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲାପାଳ ବେଦବର ପ୍ରଧାନ, ଯୋଜନା ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଜୟପୁର ତହସିଲଦାର ପ୍ରଧାନ ତୁଲିଆମ୍ମା, ଜୟପୁର ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ମୁନିସିପାଲିଟିର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ବି. ସୁନିତା, ଜୟପୁର ବିଡ଼ିଓ ମନୋଜ ନାୟକ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ, ଛାତ୍ରଛାତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ରଥକୁ ସ୍ୱାଗତ କରିଥିଲେ। ଜୟପୁର ମୁଖ୍ୟ ରାସ୍ତାରେ ଏକ ରାଲି ଆୟୋଜନ ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥ ଜରିଆରେ ମହାତ୍ମା ଗାନ୍ଧୀଙ୍କ ବିିଭିନ୍ନ ବାର୍ତ୍ତା ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

kalyan agarbati

Comments are closed.