ସ୍ରଷ୍ଟାଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ପ୍ରାଣୀ ଏବଂ ସେମାନଙ୍କର ଭଲମନ୍ଦ ବିଚାର କରିବାର ଶକ୍ତି ରହିଛି

ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା ଦିବସ

ଆଠଗଡ: ମେଘା ସ୍ୱାସ୍ଥ୍ୟ ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ଅଙ୍ଗନବାଡି କେନ୍ଦ୍ରଠାରେ ଶନିବାର ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ବିଶ୍ୱର ବିଭିନ୍ନ ଦେଶରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିବା ଦେଖି ଏହାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୦୩ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୦ତାରିଖରେ ପାଳନ କରିଆସୁଛି ବୋଲି କହିଥିଲେ। ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଥିବା ଏକ ଆକଳନରୁ ଜଣାପଡିଛି। ବିଭିନ୍ନ କାରଣରୁ ମାନସିକ ଅବସାଦ ହେଉ ଅବା ମନ ଭାରାକ୍ରାନ୍ତ ହେଲେ ଲୋକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଆତ୍ମହତ୍ୟା ଏକ ମାନସିକ ରୋଗ ବୋଲି ଶ୍ରୀ ଅସଲମ କହିବା ସହ ଏଥିପାଇଁ ମାନସିକ ରୋଗ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ରଷ୍ଟାଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ପ୍ରାଣୀ ଏବଂ ସେମାନଙ୍କର ଭଲମନ୍ଦ ବିଚାର କରିବାର ଶକ୍ତି ରହିଛି। ତେଣୁ ହଠାତ୍‍ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନନେଇ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବା ଜରୁରୀ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଗାଁ କଲ୍ୟାଣ ସମିତିର ସଭ୍ୟଙ୍କ ସମତେ ବହୁ କିଶୋର ଓ କିଶୋରୀ ଯୋଗଦାନ କରି ସଚେତନତା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

kalyan agarbati

Comments are closed.