www.samajalive.in
Monday, December 15, 2025
24.1 C
Bhubaneswar

ଏନ୍‍ଏସ୍‍ୟୁଆଇ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଯୌନ ଶୋଷଣ ଅଭିଯୋଗ ଆସିବା ପରେ କଂଗ୍ରେସର ଜାତୀୟ ଛାତ୍ର ସଂଗଠନ (ଏନ୍‍ଏସ୍‍ୟୁଆଇ) ସଭାପତି ଫିରୋଜ ଖାନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।
ଇସ୍ତଫା ଦେବା ପୂର୍ବରୁ ଜାମ୍ମୁ କାଶ୍ମୀର ନିବାସୀ ଫିରୋଜ ଖାନ କହିଥିଲେ ଯେ ଦଳର ହିତକୁ ଧ୍ୟାନରେ ରଖି ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦଳର ଛବିକୁ ମଳିନ କରୁଛି। ଏଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଏହାସହ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଫିରୋଜ ଖାନଙ୍କ ବିରୋଧରେ ତାଙ୍କ ସଂଗଠନର ଜଣେ ମହିଳା ସଦସ୍ୟ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କଂଗ୍ରେସ ପକ୍ଷରୁ ତିନି ଜଣିଆ ଏକ କମିଟି ଗଠନ କରି ମାମଲାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ମହିଳା ଜଣକ ପ୍ରଥମେ ଜୁନ ମାସରେ ଏହି ଅଭିଯୋଗ କରିଥିଲେ। ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଫିରୋଜ ତାଙ୍କ ଭଉଣୀ ସହ ଦଳର ଅନ୍ୟ କିଛି ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ସେ ଏ ବିଷୟରେ ଜଣାଇଛନ୍ତି। ଏନେଇ ମହିଳା ଜଣକ ଦିଲ୍ଲୀ ସଂସଦ ମାର୍ଗସ୍ଥିତ ଥାନାରେ ଏତଲା ଦେଇଛନ୍ତି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories