www.samajalive.in
Sunday, December 14, 2025
26.1 C
Bhubaneswar

ଭୂତକୁ ଡ଼ରି ୫ ପିଲାଙ୍କ ସହ କୂଅକୁ ଡେଇଁଲେ ମହିଳା, ୪ ମୃତ

ଭାବନଗର : ଗୁଜରାଟ ଭାବନଗର ଜିଲା ତଲାଜା ତହସିଲ ଅଧୀନ ପାଞ୍ଚପିପଲା ଗ୍ରାମରେ ଭୂତକୁ ଡରି ନିଜ ମା’ ସହ ୫ ପିଲା କୂଅକୁ ଡ଼େଇଁପଡ଼ିଥିଲା ବେଳେ ୪ପିଲାଙ୍କ ମୃତ୍ୟୁ ଘଟିଛି। କୂଅରୁ ମା’ ଓ ବଡ଼ଝିଅକୁ ଗ୍ରାମ ଲୋକ ଜୀବୀତ ଉଦ୍ଧାର କରିଛନ୍ତି।
ସୂଚନା ପାଇ ପୁଲିସ୍‍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ୩ ପୁଅ ଏବଂ ଗୋଟିଏ ଝଅର ଶବ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ମା’ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୫ ପିଲାଙ୍କ ମା’ ଗୀତା ବେନ୍‍ କହିଛନ୍ତି ଯେ ସେ ନିଜ ସ୍ୱାମୀ ସହ ମିଶି ଚାଷ କରନ୍ତି। ଦୁଇ ବର୍ଷ ହେବ ଠିକ୍‍ରେ ବର୍ଷା ନହେବାରୁ ସଠିକ୍‍ ପରିମାଣର ଫସଲ ଉତ୍ପାଦନ ହୋଇନଥିଲା। ଫଳରେ ତାଙ୍କ ପରିବାର ଏକ ପ୍ରକାର ଦାରିଦ୍ର୍ୟତା ମଧ୍ୟରେ ଗତି କରୁଥିଲା। ଏବେ କିଛି ଦିନ ହେବ ସେ ଭୂତ ଆଉ ପ୍ରେତଙ୍କ ସ୍ୱପ୍ନ ଦେଖୁଥିଲେ। ତାଙ୍କୁ ନିଦ ହେଉନଥିଲା। ତେଣୁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପରେ ପିଲାଙ୍କ କ’ଣ ହେବ ଭାବି ସେ ନିଜ ସହ ପିଲାଙ୍କୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ଦିନ ସେ ପ୍ରଥମେ ପିଲାଙ୍କୁ କୂଅକୁ ପକାଇବା ପରେ ନିଜେ କୂଅକୁ ଡେଇଁଥିଲେ। ପାଖରେ ଥିବା ଗ୍ରାମବାସୀ ଏହି ଦୃଶ୍ୟ ଦେଖି କୂଅକୁ ରଶି ପକାଇ ତାଙ୍କୁ ଓ ବଡ଼ ଝିଅକୁ ଉଦ୍ଧାର କରିଥିଲେ।
ମହିଳାଙ୍କ ସ୍ୱାମୀ ଧର୍ମେଶି ଭାଇ ରାମ କହିଛନ୍ତି ଯେ ତାଙ୍କ ପତ୍ନୀ ଦେବୀଙ୍କ ଦର୍ଶନ ପାଇଁ ଯିବାକୁ କହିଥିଲେ। ତେଣୁ ସେ ଯିବାକୁ ଅନୁମତି ଦେଇଥିଲେ। ତାଙ୍କ ପତ୍ନୀ ସାଙ୍ଗରେ ନିଜ ବଡ଼ ଝିଅ ଶର୍ମିଷ୍ଠା, ଝିଅ ଅକ୍ଷିତା, ବଡ଼ ପୁଅ କୂଳଦୀପ, କାର୍ତ୍ତିକ ଏବଂ ସାନପୁଅ ରୁଦ୍ରକୁ ନେଇ ଯାଇଥିଲେ। କିନ୍ତୁ ବାଟରେ ଏକ କୂଅକୁ ଡ଼େଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ୩ ପୁଅ ଓ ଗୋଟିଏ ଝିଅର ମୃତ୍ୟୁ ଘଟିଛି। ମା’ ସହ କେବଳ ବଡ଼ ଝିଅ ଶର୍ମିଷ୍ଠା ବଞ୍ଚିଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories