ସାପ କାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ପରମାନପୂର୍ ଶେଷଦେବ ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ସେ ଅତାବିରା ମହାବିଦ୍ୟାଳୟରେ ସେ ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା ଛାତ୍ର ଥିଲେ। ଗତ ରାତିରେ ଶୋଇଥିବା ବେଳେ ତାଙ୍କ ବେକରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସେ ହଠାତ୍ ଉଠି ପଡ଼ି ସାପକୁ ଦେଖିବା ସହିତ ଏ ବିଷୟରେ ବାପା ଓ ମା’ଙ୍କୁ ଜଣାଇଥିଲେ। ଦୀପକଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
Comments are closed.