ଭଡ଼ାଟିଆର ବ୍ଲାକମେଲିଂ, ୩ଟି କିସ୍ତିରେ ୩ ଲକ୍ଷ ଟଙ୍କା ଆଦାୟ

ବଲାଙ୍ଗିର: ଘର ଭଡ଼ା ରହି ଘର ମାଲିକଙ୍କୁ ବ୍ଲାକମେଲିଂ ଅଭିଯୋଗରେ ପୁଲିସ ୨ଜଣଙ୍କୁଅଟକ ରଖିଛି। ଭଡ଼ାଟିଆଙ୍କ ପତ୍ନୀ ଓ ଜଣେ ମଧ୍ୟସ୍ଥକୁ ଧରି ଲୋକେ ପୁଲିସ ଜିମାରେ ଦେଇଛନ୍ତି। ବଲାଙ୍ଗୀର ସହର ସାଗର କଲୋନୀରେ ଭଡ଼ାଟିଆ ବ୍ଲାକମେଲିଂ କରିଥିବା ଜଣାପଡ଼ିଛି। ଘର ମାଲିକଙ୍କୁ ପାନୀୟରେ ନିଶା ଦେଇ ବେହୋସ ପରେ ଅଭିଯୁକ୍ତ ୨ଜଣ ଭିଡ଼ିଓ ସୁଟିଂ କରିଥିଲେ। ନିଜ ସ୍ତ୍ରୀକୁ ଲଗାଇ ଅଶ୍ଲୀଳ ଭିଡ଼ିଓ ସୁଟିଂ କରି ଭଡ଼ାଟିଆ ଘରମାଲିକଙ୍କୁ ବ୍ଲାକମେଲିଂ କରିଥିଲା। ଏହାପରେ ଭିଡ଼ିଓ କ୍ଲିପିଂ ଦେଖାଇ ୩ଟି କିସ୍ତିରେ ୩ ଲକ୍ଷ ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି। ଘଟଣାକୁ ନେଇ ଗତକାଲି ସମ୍ପୃକ୍ତ ଘର ମାଲିକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ କଥା ଜାଣିବା ପରେ ଆଜି ସ୍ଥାନୀୟ ଲୋକେ ଅଭିଯୁକ୍ତ ୨ଜଣଙ୍କୁ କାବୁ କରି ନେଇଥିଲେ ଏବଂ ପୁଲିସର ଜିମାରେ ଦେଇଥିଲେ।

kalyan agarbati

Comments are closed.