www.samajalive.in
Monday, December 15, 2025
27.1 C
Bhubaneswar

ବିରଳ ପ୍ରଜାତିର ‘ବଗ’ ଉଦ୍ଧାର

ସମ୍ବଲପୁର  : ସମ୍ବଲପୁରର କଚେରୀ ଛକ ଠାରେ ଏକ ବିରଳ ପ୍ରଜାତିର ‘ବଗ’ କୁ ଉଦ୍ଧାର କରାଯାଇଛି । ପେଶାଦାର ସାମ୍ବାଦିକ (କ୍ୟାମେରାମ୍ୟାନ) ତଥା ଯୁବ ସମାଜସେବୀ ଧର୍ମେନ୍ଦ୍ର ପଟ୍ଟନାୟକ ପ୍ରତି ଦିନ ଭଳି ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ କଚେରୀ ଛକ ସ୍ଥିତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ପକ୍ଷୀ ଅସହାୟ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଏଣୁ ତୁରନ୍ତ ଉକ୍ତ ପକ୍ଷୀକୁ ଉଦ୍ଧାର କରିଥିବା ବେଳେ ତାହା ଏକ ବିରଳ ପ୍ରଜାତିର ‘ବଗ’ ଶାବକ ଥିବାର ଜଣାପଡିଥିଲା । ଏଣୁ ତୁରନ୍ତ ଉକ୍ତ ବଗ କୁ ଶ୍ରୀ ପଟ୍ଟନାୟକ ପାଣି ଓ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ତାକୁ ମୋତିଝରନ ସ୍ଥିତ ଡିଅର ପାର୍କକୁ ନେଇ ଯାଇଥିଲା । ସେଠରେ ବନ କର୍ମଚାରୀଙ୍କ ସହିତ ଯୋଗାଯୋଗ କରି ଉକ୍ତ ବଗ ଶାବକକୁ ଶ୍ରୀ ପଟ୍ଟନାୟକ ହସ୍ତାନ୍ତରିତ କରିଥିଲେ । ଏବେ ଉକ୍ତ ବିରଳ ବଗ ଶାବକକୁ ଡିଅର ପାର୍କ ଠାରେ ରଖାଯାଇ ବନ ବିଭାଗ ପକ୍ଷରୁ ଉପଯୁକ୍ତ ସେବା ସୁଶୃଷା କରାଯାଉଛି । ଅପରପକ୍ଷରେ ପେଶାରେ ସାମ୍ବାଦିକ ଧର୍ମେନ୍ଦ୍ର ପଟ୍ଟନାୟକ ନିରନ୍ତର ସମାଜସେବା କରି ଆସୁଥିବା ବେଳେ ତାଙ୍କର ଏହି ମାନବୀୟ ସେବାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories