www.samajalive.in
Sunday, December 14, 2025
19.1 C
Bhubaneswar

କୋଶଳ ସେନାର ମହାବନ୍ଦ ଡାକରା; ବଲାଙ୍ଗୀର ସହରରେ ଅଘୋଷିତ କର୍ଫ୍ୟୁ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାକୁ ବାରମ୍ବାର ରାଜ୍ୟ ସରକାର ବୈମାତୃକ ମନୋଭାବ ନେଇ କାର୍ଯ୍ୟ କରୁଥିବାରୁ କୋଶଳ ସେନା  ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ  ଆଜି ମହାବନ୍ଦ ଡାକରା ଦେଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଦିଆଯାଇଥିବା ମହାବନ୍ଦ ଡାକରାରେ ସ୍ୱତଃ ଲୋକେ ଏହାକୁ ସମର୍ଥନ ଦେଇଥିବା ବେଳେ ସହରରେ ଅଘୋଷିତ କଫ୍ୟୁ ଭଳି ପରିଲକ୍ଷିତ ହୋଇଛି ।

ସକାଳ ୬ଟାରୁ କୋଶଳ ସେନା ସହରରେ ପିକେଟିଂ କରିଛି । ମହାବନ୍ଦ ଯୋଗୁଁ ବଲାଙ୍ଗୀରର ରାଜରାସ୍ତାରେ  ଦୁଇ ଚକିଆ ଗାଡ଼ି ଓ ସାଇକେଲକୁ ଛାଡିଦେଲେ ଭାରିଯାନ, ବସ୍‌, ମୋଟର୍‌ ଗାଡ଼ି, ଚାରି ଚକିଆ, ଅଟୋ ରିକ୍ସା ଚଲାଚଳ ବନ୍ଦ ରହିଛି । ଏହା ସହ ସହରର ମୁଖ୍ୟ ବଜାର, ଦୈନିକ ବଜାର, ଆମିଷ ବଜାର, ଫଳ ବଜାର ସମେତ ସପିଂ ମଲ ଓ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ହୋଇଛି ।

- Advertisement -

ସୂଚନା ଯୋଗ୍ୟ ଯେ,ଗତ ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପରିପ୍ରେକ୍ଷୀରେ ୩ ଦିନ ବ୍ୟାପୀ ସସମ୍ମାନର ସହ ସରକାର ଛୁଟି ଦେଲେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ୩ ଦିନ ବ୍ୟାପୀ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିବାର କଥା । କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ କୋଶଳାଞ୍ଚଳର ଭାବାବେଗ ସହ ଜଡ଼ିତ ପର୍ବରେ ଚୁପ୍‌ ହୋଇ ବସିଲେ । ନୂଆଁଖାଇରେ ରାଜ୍ୟ ସରକାର ଛୁଟି ଘୋଷଣା ନକରିବା ସାରା କୋଶଳାଞ୍ଚଳ ପ୍ରତି ଘୋର ଅପମାନ ।

ପୂର୍ବ ଓଡ଼ିଶାରେ ରଜ ପାଳନ କଲେ ଛୁଟି ରହୁଛି । ନୂଆଁଖାଇ ପାଇଁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଯେଉଁ ବିଭେଦ ସୃଷ୍ଟି କରୁଛନ୍ତି ସେଥିରୁ ବିରତ ରୁହନ୍ତୁ ବୋଲି କୋଶଳ ସେନାର ସଭାପତି କୌସ୍ତୁଭ ସାହୁ ଅଭିଯୋଗ କରିଛନ୍ତି । ଯାହା ଫଳରେ କୋଶଳାଞ୍ଚଳର ଶିଘା ତିହାର୍‌ ନୂଆଁଖାଇରେ ଅନେକ ଲୋକ ଦୂରଦୂରାନ୍ତରୁ ଦିନକ ପାଇଁ ଆସିଥିଲେ ହେଁ ଖୁବ କମ ସମୟ ମଧ୍ୟରେ ନୂଆଁଖାଇ ସାରି ଫେରି ଯାଇଥିଲେ । ଏପରିକି ଛୁଟି ସମସ୍ୟା ଯୋଗୁଁ ଆହୁରି ଅନେକ ଲୋକ ନିଜ କର୍ମକ୍ଷେତ୍ରରୁ ଆସିପାରିଲେ ନାହିଁ । ଯେଉଁ ସରକାରଙ୍କ କୋଶଳାଞ୍ଚଳର ଲୋକ ସଂସ୍କୃତି ପରମ୍ପରା ପାଇଁ ଦରଦ ନାହିଁ ସେହି ସରକାରର ଶାସନ ବ୍ୟବସ୍ଥାରେ ରହି କିଛି ଲାଭ ନାହିଁ । ବାରମ୍ବାର କୋଶଳାଞ୍ଚଳବାସୀଙ୍କୁ ଅପମାନ କରାଯାଉଛି ।

ଲୁଟ୍‌, ଶୋଷଣ ବଢୁଛି । ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି । ତେଣୁ ଓଡ଼ିଶା ସରକାର ସହ ଆମେ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଛୁ ବୋଲି ଯୁବ କୋଶଲବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ କହିଛନ୍ତି । ଦୀର୍ଘ ବର୍ଷ ଧରି ଓଡ଼ିଶା ସରକାର କୋଶଲାଞ୍ଚଳକୁ ଅବହେଲା କରିଆସୁଥିବାରୁ ଏହା ଯୁକ୍ତିଯୁକ୍ତ ଦାବି ବୋଲି କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚା ତାର ପ୍ରତିକ୍ରିୟାରେ କହିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories