ମନ କିଣିଲା ପିପିଲିର ଘୋଡାନାଚ, ନାଗା ନାଚ ଓ ଚାନ୍ଦୁଆ ଛତା

ପିପିଲି : ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଏକାଠି ହୋଇଥିଲେ ହଜାର ହଜାର ଜନସାଧାରଣ। କିନ୍ତୁ ତାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ନଜର ପଡିଥିଲା ପିପିଲିରୁ ଆସିଥିବା କଳଘୋଡା ଓ ନାଗା ନୃତ୍ୟ ଉପରେ। ଏମିତିକି କଳାକାରମାନଙ୍କୁ ହାତ ହଲାଇ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଅଞ୍ଚଳରୁ ରୂପା ଛାଉଣୀ ନାଗା ନାଚ ସହ ସୁଉଚ୍ଚ କଳଘୋଡା, ଘୋଡାନାଚ, ଘଣ୍ଟ ମାର୍ଦ୍ଦଳ, ରଙ୍ଗବାଜା, ଯୋଡିଶଙ୍ଖ ଆସିଥିଲା। ସେହିଭଳି ଲୋକଙ୍କ ଭିଡ ଭିତରେ ଚାନ୍ଦୁଆରେ ନିର୍ମିତ ଛତାଗୁଡିକ ପିପିଲିର ପରିଚୟ ବହନ କରୁଥିଲା। ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ସବା ଆଗରେ ପିପିଲିରୁ ଆସିଥିବା କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ଉପସ୍ଥିତ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

kalyan agarbati

Comments are closed.