ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ନାମରେ ଏତଲା

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ କୁଇ ସମାଜ ସେବା ସମିତିର ଫିରିଙ୍ଗିଆ ଶାଖା ପକ୍ଷରୁ ଆଜି ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ ଫିରିଙ୍ଗିଆ ଥାନାରେ ଏକ ଏତଲା ଦିଆଯଇଛି। ଆଦିବାସୀ ବିରୋଧୀ ମନ୍ତବ୍ୟ ଯୋଗୁଁ ଏହି ଏତଲା ଦିଆଯାଇଥିବା ଥିବା ବେଳେ ଉକ୍ତ ମନ୍ତବ୍ୟ ଆଦିବାସୀ ସମାଜକୁ ଅପମାନ କରିଛି ବୋଲି ଏତଲାରେ ଦର୍ଶାଯାଇଛି। ଆଦିବାସୀ ନିର୍ଯାତନା ଆଇନ ଅନୁଯାଇ ଶଙ୍କରାଚାର୍ଯ୍ୟ ଙ୍କୁ ଗିରଫ କରିବା ପାଇଁ କୁଇ ସମାଜ ଦାବି କରିଛି। କୁଇ ସେବା ସମିତି ଫିରିଙ୍ଗିଆ ଶାଖାର ସଭାପତି ମୁକୁନ୍ଦ କହଁରଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କୁ ଏହି ଏତଲା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସେବା ସମିତିର ସମ୍ପାଦକ ଏସିଆ କହଁର, ପ୍ରମୋଦ କହଁର, ଯୁବ ସଭାପତି ଭୋଦେବ କହଁର, ଦିନବନ୍ଧୁ କହଁର, କଣ୍ଠେସ୍ୱର କହଁର, ଲଣ୍ଡା କହଁରଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

 

 

 

kalyan agarbati

Comments are closed.