ନୂଆଦିଲ୍ଲୀ: ମାରୁତି-ସୁଜୁକି ନିକଟରେ ନୂଆ ଅଲ୍ଟୋ K10 ବଜାରରେ ଲଞ୍ଚ୍ କରିଛି। କମ୍ପାନୀ ଏଥିରେ ଅନେକ ନୂତନ ଫିଚର୍ ଯୋଡ଼ିଛି। କମ୍ପାନୀ ୨୦୨୦ରେ ଆଲ୍ଟୋ କେ୧୦ର ଉତ୍ପାଦନ ବନ୍ଦ କରିଦେଇଥିଲା ଏବଂ ଏବେ ଏହାକୁ ନୂଆ ଅପଡେଟେଡ୍ ଭର୍ସନରେ ଲଞ୍ଚ କରାଯାଇଛି। ମାରୁତି ସୁଜୁକି ଅଲ୍ଟୋ କେ୧୦ର ମୂଲ୍ୟ ୩.୯୯ ଲକ୍ଷରୁ ଆରମ୍ଭ। ୨୦୨୦ ପର୍ଯ୍ୟନ୍ତ କ୍ରମାଗତ ୧୬ ବର୍ଷ ପାଇଁ ଏହା ସର୍ବାଧିକ ବିକ୍ରି ହୋଇଥିବା କାର୍। ମାରୁତି ସୁଜୁକି ଅଲ୍ଟୋ କାରର ନୂଆ ଭର୍ସନ କମ୍ପାନୀର ଅପଡେଟେଡ଼୍ ପ୍ଲାଟଫର୍ମ Heartect ଉପରେ ଆଧାରିତ। ଏବେ କମ୍ପାନୀ ନୂଆ ଅଲ୍ଟୋରେ ଖୁବଶୀଘ୍ର ଅନ୍ୟ ଏକ ପରିବର୍ତ୍ତନ କରିପାରେ।
ନୂଆ ଅଲ୍ଟୋ ସିଏନଜି ଭର୍ସନ ଫିଚର୍:-
ମାରୁତି-ସୁଜୁକି ବର୍ତ୍ତମାନ ଅଲ୍ଟୋ କେ୧୦କୁ ୧.୦ ଲିଟର କେ-ସିରିଜ୍ ଡୁଅଲ୍ ଜେଟ୍, ଡୁଅଲ୍ ଭିଭିଟି ଇଞ୍ଜିନ୍ ସହ ବଜାରକୁ ଆଣିଛି। କିନ୍ତୁ କମ୍ପାନୀ ଖୁବଶୀଘ୍ର ଏହାକୁ ସିଏନଜି ପାୱରଟ୍ରେନ ସହ ଲଞ୍ଚ୍ କରିପାରେ। ନୂଆ ମାରୁତି ସୁଜୁକି ଅଲ୍ଟୋ କେ୧୦ ସିଏନଜିରେ ସେହି ୧.୦ ଲିଟର କେ୧୦ସି ଇଞ୍ଜିନ ରହିବ, ଯାହା ସେଲେରିଓରେ ଫିଟ୍ କରାଯାଇଥାଏ। ଏହି ଇଞ୍ଜିନ ସିଏନଜି ମୋଡ୍ରେ ୫୬ ପିଏସ୍ ଏବଂ ୮୨ ଏନଏମର ସର୍ବାଧିକ ଟର୍କ ସୃଷ୍ଟି କରେ। ସେହିପରି, ପେଟ୍ରୋଲ ମୋଡରେ ଏହି ଇଞ୍ଜିନ ୬୭ ପିଏସ୍ ଓ ୮୯ ଏନଏମ ପିକ୍ ଟର୍କ ଉତ୍ପନ୍ନ କରେ।
ନୂଆ ଅଲ୍ଟୋ କେ୧୦ ସିଏନଜିରେ ମିଳିବ ୩୫କିମି ମାଇଲେଜ୍:-
ନୂଆ ଅଲ୍ଟୋ କେ୧୦ ସିଏନଜିର ମାଇଲେଜ୍ ଦମ୍ଦାର ରହିବ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ, ଏହା ଏକ କିଲୋ ସିଏନଜିରେ ୩୫ କିଲୋମିଟର ଯାତ୍ରା କରିପାରିବ। ଥରେ ଭାରତୀୟ ବଜାରରେ ଲଞ୍ଚ ହେବା ପରେ ନୂଆ ଆଲ୍ଟୋ କେ୧୦ ସିଏନଜି, ଟାଟା ଟିଆଗୋ ଭଳି ଗାଡ଼ିକୁ ଟକ୍କର ଦେବ। ଦେଶରେ ନୂତନ ଅଲ୍ଟୋ କେ୧୦ ସିଏନଜିର ଶୁଭାରମ୍ଭ ସହିତ ମାରୁତି ସୁଜୁକି ଦେଶରେ ଏହାର ସିଏନଜି ବର୍ଗକୁ ଆହୁରି ବିସ୍ତାର କରିବ।
ନୂଆ ଅଲ୍ଟୋରେ ବ୍ଲୁଟୁଥ୍ ସୁବିଧା ସହ ମିଳିବ ଅନେକ ଫିଚର୍:-
ନୂଆ ଅଲ୍ଟୋ କେ୧୦ରେ ୭ ଇଞ୍ଚର ଫ୍ଲୋଟିଙ୍ଗ୍ ଟଚ୍ସ୍କ୍ରିନ୍ ଇନ୍ଫୋଟେନମେଣ୍ଟ ବ୍ୟବସ୍ଥା ରହିଛି। ଏହି ଇନ୍ଫୋଟେନମେଣ୍ଟ ସିଷ୍ଟମ ପୂର୍ବରୁ ଏସ୍-ପ୍ରେସୋ, ସେଲେରିଓ ଏବଂ ୱାଗନ୍-ଆର ଆଦିରେ ଦିଆଯାଇଛି। ଏହି ଇନ୍ଫୋଟେନମେଣ୍ଟ ସିଷ୍ଟମ ଆପଲ୍ କାର୍ ପ୍ଲେ, ଆଣ୍ଡ୍ରଏଡ୍ ଅଟୋ ବ୍ୟତୀତ ୟୁଏସବି, ବ୍ଲୁଟୁଥକୁ ମଧ୍ୟ ସପୋର୍ଟ କରେ। କମ୍ପାନୀ ଏଥିରେ ଥିବା ଷ୍ଟିଅରିଂ ହ୍ବିଲକୁ ମଧ୍ୟ ନୂଆ ଡିଜାଇନ୍ ଦେଇଛି। ଏଥିରେ ଷ୍ଟିଅରିଂରେ ହିଁ ଇନଫୋଟେନମେଣ୍ଟ ସିଷ୍ଟମର ମାଉଣ୍ଟେଡ୍ କଣ୍ଟ୍ରୋଲ୍ ଦିଆଯାଇଛି। କମ୍ପାନୀ ଅଲ୍ଟୋ କେ୧୦ର ନୂଆ ଅପଡେଟେଡ଼୍ ଭର୍ସନ ଓ ଅଲ୍ଟୋ ୮୦୦ ଉଭୟକୁ ସାଙ୍ଗରେ ବଜାରରେ ବିକ୍ରୟ ଜାରି ରଖିବ।



