ନୂଆପଡ଼ା ଓ ଝାରସୁଗୁଡ଼ା ଜିଲାରେ ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର:ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’ ଆଜି ନୂଆପଡ଼ା ଓ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି ।
ଆଜି ନୂଆପଡ଼ା ଜିଲାର ସୀମାବର୍ତ୍ତୀ ଅଞ୍ଚଳ ଅମ୍‌ଲିପାଲି ଗ୍ରାମଠାରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅହିଂସା ରଥକୁ ସ୍ୱାଗତ କରିଥିଲେ । ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତ ଅଞ୍ଚଳ ଦେଶାତ୍ମବୋଧକ ସଂଗୀତ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ କୃତିତ୍ୱ ସଂପର୍କିତ କାର୍ଯ୍ୟକ୍ରମରେ ମୁଖରିତ ହୋଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଭିଡ଼ିଓ ସୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଖରିଆର୍‌ର ତୁକୁଲା ଗ୍ରାମ ପଞ୍ଚାୟତଠାରେ ଅହିଂସା ରଥକୁ ଅତିରିକ୍ତ ଜିଲ୍ଲାପାଳ, ବ୍ଲକ୍‌ କର୍ମଚାରୀ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜନସାଧାରଣ ମିଳିତ ଭାବେ ସ୍ୱାଗତ କରିବା ସହ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା।
ଅନୁରୂପ ଭାବେ ଝାରସୁଗୁଡ଼ାର ବ୍ରଜରାଜନଗର ମୁନିସିପାଲିଟିଠାରେ ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପସ୍ଥିତ ସମସ୍ତଙ୍କ ହାତରେ ଜାତୀୟ ପତାକା ଶୋଭା ପାଇବା ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଉପସ୍ଥିତ ଜନତାଙ୍କୁ ଜାତୀୟତାବୋଧରେ ବିମୋହିତ କରିଥିଲା। ପରେ ପରେ ଝାରସୁଗୁଡ଼ାର ଲଖନପୁର ବ୍ଲକ୍‌ରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ପ୍ରଦାନ ସହ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଅହିଂସା ରଥ ଦ୍ୱାରା ପ୍ରସାରିତ ଭିଡ଼ିଓ ବାର୍ତ୍ତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରୁଛି। ଏହି ରଥ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପରିଭ୍ରମଣ କରିବ।

kalyan agarbati

Comments are closed.