ରେଙ୍ଗାଲି ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ନୁଆଁଖାଇ

ରେଙ୍ଗାଲି: ଆଦି ସଂସ୍କୃତିର ଆଦି ପର୍ବ ନୁଆଁଖାଇ ରେଙ୍ଗାଲି ବ୍ଲକରେ ଆନନ୍ଦ ଉଲ୍ଳାସର ସହିତ ପାଳିତ ହୋଇଯାଛି। ନୁଆଁଖାଇ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି। ଏହି ଅବସରରେ ଗାଁମାନଙ୍କରେ ଥିବା ଇଷ୍ଟ ଦେବୀ ଦେବତା, ଗ୍ରାମ୍ୟ ଦେବାଦେବୀ ପୀଠରେ ବିଧି ପରମ୍ପରା ମତେ ପୂଜା ଅର୍ଚ୍ଚନା କରାଯାଇ ନବାନ୍ନ ଲାଗି ହୋଇଥିଲେ। ଠିକ୍ ସେହିପରି ପ୍ତତ୍ୟେକ ଘରେ ଇଷ୍ଟଦେବୀ ଦେବତା, ପିତୃପୁରଷଙ୍କୁ ବିଧି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇ ନବାନ୍ନ ଭୋଗ ଲାଗି ହୋଇଥିଲା। ଏହାପରେ ପରିବାରର ସମସ୍ତ ସଦସ୍ୟ ଏକାତ୍ରିତ ହୋଇ ନୂଆଁ ଚାଉଲର ଭୋଗ ଖାଇଥିଲେ ଏବଂ ପରିବାରର କନିଷ୍ଠ ମାନେ ବରିଷ୍ଠମାନଙ୍କୁ ଦଣ୍ଡବତ କରି ଆଶିର୍ବାଦ ଗ୍ରହଣ କରିଥିଲେ। ଏହାପରେ ସମସ୍ତେ ପଂକ୍ତି ଭୋଜନରେ ମିଳିତ ହୋଇ ନବାନ୍ନ ଭକ୍ଷଣ କରିଥିଲେ। ଗାଁ ମାନଙ୍କରେ ଥିବା ମନ୍ଦିର.ଭାଗବତ ଟୁଙ୍ଗୀ ଆଦି ରେ କିର୍ତ୍ତନ, ଭାଗବତ, ସଂପ୍ରଦା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଗାଁ କୁ ମୁଖରିତ କରିଥିଲା। ଗ୍ରାମବାସୀଙ୍କ ମଧ୍ୟରେ ଜୁହାର୍ ଭେଟ୍ ହୋଇ ପରସ୍ପର ମଧ୍ୟରେ ଭାବବିନିମୟ ଦୃଶ୍ୟ ପରିବେଶ କୁ ଭାବମୟ କରିଥିଲା। ବିଭିନ୍ନ ଗ୍ରାମ ରେ ନୁଆଁଖାଇ ଅବସର ରେ ଫୁଟବଳ,କ୍ରିକେଟ୍, ବନ୍ଧୁ ମିଳନ,କବିତା ପାଠ,ନୃତ୍ୟ,ଗୀତ ପ୍ରତିଯୋଗିତା ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାର ଜଣାପଡିଛି। ବ୍ଳକ୍ ର ଲଇଡା,ସାଲଡ,ବେଉଁରା ଆଦି ଗ୍ରାମ ରେ ସନ୍ଧ୍ୟା ରେ ନୁଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

prayash

ମୁକ୍ତିଲାଭ କଲା ଟେଲି ଫିଲ୍ମ “ଭାବର୍ ତିହାର୍ ନୁଆଁଖାଇ”
ଅଞ୍ଜୁକ୍ରିଏସନ୍ ଏବଂ କୁସୁମ ଭିଡିଓ ଦ୍ୱାରା ନିର୍ମିତ ସମ୍ବଲପୁରୀ ଟେଳି ଫିଲ୍ମ “ଭାବର୍ ତିହାର୍ ନୁଆଁଖାଇ” ଆଜି ମୁକ୍ତିଲାଭ କରିଛି। ସୃଷ୍ଟିର ଆଦ୍ୟ ଗଣପର୍ବ ନୁଅାଁଖାଇ ର ରୀତି,ନୀତି,ବିଧିବିଧାନ ଏବଂ ପରମ୍ପରା ତଥା ନୁଆଁଖାଇ ଭେଟ୍ଘାଟ୍ ବିଷୟ ବସ୍ତୁ ଉପରେ ଏହି ଚଳଚିତ୍ର ନର୍ମିତ ହୋଇଛି। ଏହି ଚଳଚିତ୍ର ରେ ସରୋଜ ବିଶୋଇ,ଲଲିତ ସାହୁ, ଅଞ୍ଜଳି ବାଦି, ମୂରଲି ସାହୁମଞ୍ଜୁ ସାହୁ, ବିପିନ ମେହେର, ସନୁ ଜୟପ୍ରକାଶ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ଚଳଚିତ୍ରର ନିଦ୍ଦେର୍ଶନା ଦେଇଛନ୍ତି ଲୋକନାଥ ଗୁରୁ ଏବଂ ସୁରଜ ମେହେର। ବାରିପାଲି ଗ୍ରାମବାସୀ ଏଥିରେ ସହଯୋଗ କରିଛନ୍ତି।

kalyan agarbati

Comments are closed.