ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ନିକଟ ତ୍ରିବିନ୍ଧା ଛକ ନିକଟରେ ଏକ ଲୁହା ପଥର ବୋଝେଇ ୧୪ ଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ଟ୍ରକଟି କେନ୍ଦୁଝରରୁ କଲିକତା ଅଭିମୁଖେ ଯାଉଥିବା ସମୟରେ ତୁରୁମୁଙ୍ଗା ଥାନା ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Popular Categories



