www.samajalive.in
Sunday, December 14, 2025
23.1 C
Bhubaneswar

ଖିଣ୍ଡାରେ ଏନଏଲସି ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଖିଣ୍ଡାରେ ଆଜି ଏନଏଲସି କମ୍ପାନୀ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗଦେଇ ଅଞ୍ଚଳର ୪ଶହ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରିଥିଲେ ଏବଂ ରୋଗୀମାନଙ୍କୁ ମାଗଣା ଔଷଧ ଦିଆଯାଇଥିଲା। ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ସମିତି ସଭ୍ୟା ଅନିତା ସିଂହ ଅତିଥି ରୂପେ ଯୋଗଦାନ କରି ଶିବିର ଉଦଘାଟନ କରିଥିଲେ। ଖଣିର ବରିଷ୍ଠ ନିର୍ବାହୀ ଅଧିକାରୀ ଅଭୟ ଭଗତ, ଖଣି ମେନେଜର ନୀରଜ ସିହ୍ନା, ମାନବ ସମ୍ବଳ ବିଭାଗ ମୁଖ୍ୟ ସୁବ୍ରତ ବିଶ୍ବାଲ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଏହି ଅବସରରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ସୁରେନ୍ଦ୍ର ସାଏ ସ୍ମୃତି ସଂସଦର ସଭାପତି ଲାଲ୍ ବୀରେନ୍ଦ୍ର ପ୍ରତାପ ସାଏ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories