www.samajalive.in
Monday, December 15, 2025
14.1 C
Bhubaneswar

ଖଦି ଉତ୍ସବ ଏକ ବିକଶିତ ଭାରତର ସଙ୍କଳ୍ପ : ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ :  ଖଦି ଭଳି ଏକ ପରମ୍ପରାଗତ ଶକ୍ତି ଭାରତକୁ ନୂତନ ଉର୍ଜ୍ଜା ଦେବାରେ ସଫଳ ହେବ। ଆଜି ସନ୍ଧ୍ୟାରେ ଅହମ୍ମଦାବାଦର ସାବରମତୀ ନଦୀତଟରେ ଅନୁଷ୍ଠିତ ଖଦୀ ଉତ୍ସବରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଶ୍ରୀ ମୋଦି କହିଛନ୍ତି, ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଆୟୋଜିତ ଏହି ଖଦି ଉତ୍ସବରେ ୭୫୦୦ ଚରଖା ଚାଳନା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଦେଶ ଏକ ସ୍ୱତନ୍ତ୍ର ଉପହାର ଦେଇଛି। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗତ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହର୍‍ ଘର ତ୍ରିରଙ୍ଗା ଆୟୋଜନ କରାଯାଇଥିଲା। ଅମୃତ କାଳରେ ଏହିଭଳି କାର୍ଯ୍ୟକ୍ରମ ତଥା ଖଦି ଉତ୍ସବକୁ ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ସଙ୍କଳ୍ପ ବୋଲି ଅଭିହିତ କରିଛନ୍ତି । ଗତ ୮ ବର୍ଷ ମଧ୍ୟରେ ଦେଶରେ ଖଦି ଉତ୍ପାଦନ ଓ ବିକ୍ରିର ପରିମାଣ ୪ ଗୁଣା ବୃଦ୍ଧି ପାଇଛି। ଏହାର ବ୍ୟବସାୟ ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି । ଏଥିସହିତ ଗୁଜରାଟରେ ଇତିମଧ୍ୟରେ ସବୁଜ ଖଦିର ଉତ୍ପାଦନ
ଆରମ୍ଭ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।


ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲ୍‍କିଲ୍ଲାରୁ ଦେଶବାସୀଙ୍କ ଉଦବୋଧନ ଦେବା ସମୟରେ ସେ ପଞ୍ଚପ୍ରଣ ବା ଶପଥ ସମ୍ପର୍କରେ ସୂଚନା ଦେଇଥିଲେ। ଏ ସମ୍ପର୍କରେ ପୁନର୍ବାର ଆଲୋକପାତ କରି ଶ୍ରୀ ମୋଦୀ ଖଦି ଉତ୍ସବକୁ ଏହି ପଞ୍ଚପ୍ରଣର ପ୍ରତିବିମ୍ବ ଭାବେ ଅଭିହିତ କରିଛନ୍ତି।
ଆଜିଠାରୁ ଦୁଇ ଦିନିଆ ଗୁଜୁରାଟ୍‍ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହାତ୍ସବର ଅଂଶସ୍ୱରୂପ ଆୟୋଜିତ ଏହି ଖଦି ଉତ୍ସବରେ ଯୋଗ ଦେଇଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମରେ ଖଦୀର ଗୁରୁତ୍ୱକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

- Advertisement -

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ, କଚ୍ଛ ଓ ଗାନ୍ଧୀନଗରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।ଏହି ପରିପ୍ରେକ୍ଷୀରେ ଗୁଜରାତ ରାଜ୍ୟ ଖଦୀ ଗ୍ରାମୋଦ୍ୟଗ ବୋର୍ଡର ଏକ ନୂଆ କାର୍ଯ୍ୟାଳୟ ଓ ସାବରମତୀ ନଦୀ ଉପରେ ନିର୍ମିତ ଅଟଳ ସେତୁକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories