www.samajalive.in
Sunday, December 14, 2025
26.1 C
Bhubaneswar

ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ, ଯୁବକ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମର ଜନୈକା ନାବାଳିକାକୁ ଅପହରଣ କରି ନେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏହା ସହ ଅପହରଣରେ‌ ବ୍ୟବହୃତ ମୋଟରସାଇକେକୁ ଜବତ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ସୁଶାନ୍ତ କୁମାର ସାହୁ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ ଜୁନ ୮ ତାରିଖ ଦିନ ନାବାଳିକା ଜଣଙ୍କ ସନ୍ଧ୍ୟା ରେ ଟିଉସନରୁ ଘରକୁ ଫେରୁଥିଲେ। ଏହି ସମୟରେ ସୁଶାନ୍ତ ଓ ତାଙ୍କ ଭାଇ ଭେଙ୍କଟଶ୍ବର ପ୍ରମୁଖ ଏକ ମୋଟରସାଇକେଲରେ ନାବାଳିକାକୁ ଜୋରଜବରଦସ୍ତ ଉଠାଇ ନେଇ ଫେରାର ହୋଇଯାଇଥିଲେ। ଘଟଣା ନେଇ ଥାନାରେ ନାବାଳିକାଙ୍କ ମା’ଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୧୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ଶୁକ୍ରବାର ଭୋର ସମୟରେ ଗୋଳାବନ୍ଧ ଠାରେ ଥିବା ଓଡିଆରପି କଲୋନୀରେ ନାବାଳିକା ସମେତ ସୁଶାନ୍ତ ଥିବା ଖବର ପୁଲିସ ଚଢ଼ାଉ କରିଥିଲା ଏବଂ ଉଭୟଙ୍କୁ ଥାନାକୁ ଆଣିଥିଲେ। ଏଥି ସହ ଉଭୟଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାବାଳିକା ବୟାନ ରେକର୍ଡ କରାଯାଇଥିଲା। ଆଜି ଅଭିଯୁକ୍ତ ସୁଶାନ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories