www.samajalive.in
Sunday, December 14, 2025
17.1 C
Bhubaneswar

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସମ୍ପାଦକଙ୍କ ଦୁର୍ନୀତିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ

ମୋହନା: ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସମ୍ପାଦକଙ୍କ ଦୁର୍ନୀତି ଓ ମନମୁଖୀ କାର୍ଯ୍ୟକଳାପକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇ ରାଜନୈତିକ ଚାପରେ ଚୁପ ରହି ଆସୁଛନ୍ତି। ସମସ୍ତ ପ୍ରକାର ଉପଯୁକ୍ତ ପ୍ରମାଣ ରହିଥିଲେ ସୁଦ୍ଧା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁ ବହୁ ଜାଲି କାଗଜପତ୍ର ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ବିଦ୍ୟାଳୟର ବାଇଲ ଜିଲ୍ଲା ପ୍ରଶାସନର ଅନୁମୋଦନ ହୋଇନଥିବା ବେଳେ ସେ ଜିଲ୍ଲା ପ୍ରଶାସନର ଜାଲି ଦସ୍ତଖତ କରି ବିଦ୍ୟାଳୟର ନୁଆ ବାଇଲ ପ୍ରସ୍ତୁତ କରି ମିଛରେ ବାଇଲ ଠିକ ଥିବା ଜିଲ୍ଲା ପ୍ରଶାସନକୁ ଦର୍ଶାଇ ଟଙ୍କା ହରିଲୁଟ କରୁଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଏଭଳି କଳାକାରନାମାକୁ ଜାଣି ନ ପାରି ଅନ୍ଧ ଭାବରେ ସମସ୍ତ ନଥିପତ୍ରରେ ଦତଖସ୍ତ କରି ଆସୁଅଛନ୍ତି।

ବିଦ୍ୟାଳୟଟି ଜଙ୍ଗଲ ଜମିରେ ଅବସ୍ଥାପିତ ହୋଇଥିବା ବେଳେ ସ୍ଥାୟୀ ପଟ୍ଟା ନ ଥାଇ ଜାଲ କାଗଜପତ୍ର କରି ଟଙ୍କା ହରିଲୁଟ କରୁଛନ୍ତି। ସୂଚନା ଅଧିକାର ଆଇନ (ଆଇଟିଆଇ) ରିପୋର୍ଟରେ ବିଦ୍ୟାଳୟ ଜଙ୍ଗଲ ଜମିରେ ଅବସ୍ଥାପିତ ବୋଲି ମୋହନା ତହସିଲଦାର ସୂଚନା ଦେଇଛନ୍ତି। ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ବଧିର ବିଦ୍ୟାଳୟରେ ପଢୁଥିବା ଦର୍ଶାଇ କେନ୍ଦ୍ରୀୟ ଅନୁଦାନ ହଡ଼ପ କରୁଛନ୍ତି। ଏଭଳି ଦୁର୍ନିତୀକୁ ନେଇ ବିଦ୍ୟାଳୟର ପୂର୍ବତନ କର୍ମଚାରୀ ସୁନିଲ କୁମାର ନାୟକ ହାଇକୋର୍ଟରେ କେସ୍ ନମ୍ବର ୨୧୧୯୫/୨୦୨୨ରେ ମାମଲା ରୁଜ୍ଜୁ କରିଛନ୍ତି। ଏହି ମାମଲାରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସୁରକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଓଡିଶା ସରକାରଙ୍କ ଭିନ୍ନକ୍ଷମ ବିଭାଗର ସଚିବ, ଗଜପତି ଜିଲ୍ଲାପାଳ , ମୋହନା ତହସିଲଦାର, ବିଦ୍ୟାଳୟ ସଂପାଦକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସୋସାଇଟି ରେଜିଷ୍ଟ୍ରେସନ ଅଧିକାରୀ ଗଜପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories