www.samajalive.in
Sunday, December 14, 2025
26.1 C
Bhubaneswar

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ମୁଖ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଚାଲିଥିବା ଦୁଇ ଦିନିଆ ଇଣ୍ଡେପେଣ୍ଡେନସ ଡେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଖଜୁରୀପଡା ଫୁଟବଲ୍ କ୍ଲବ କନ୍ଧମାଳ, ମା ଭୈରବୀ କ୍ଲବ ପୁରୁଣାକଟକ,ଯଦୁମଣି କ୍ଲବ ନୟାଗଡ଼,ଜିଡି କ୍ଲବ ଆଠମଲ୍ଲିକ,ଓଡ଼ିଶା ପୋଲିସ କନ୍ଧମାଳ, ପିଏଫଏ ଫୁଲବାଣୀ, ଏନଏଫସି ଭଂଜନଗର, ଆର୍ୟନ ଏକାଡେମୀ ଖୋର୍ଦ୍ଧା ଭଳି ରାଜ୍ଯର ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ୍ କ୍ଲବ ଭଳି ଆଠ ଗୋଟି ଟିମକୁ ନେଇ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମିଫାଇନାଲରେ ପୁରୁଣାକଟକ ସହ ଆଠମଲ୍ଲିକ ଏବଂ ଦ୍ଵିତୀୟ ସେମିଫାଇନାଲରେ ଭଂଜନଗର ସହ ଫୁଲବାଣୀ ମୁକାବିଲା ହୋଇ ଫାଇନାଲକୁ ପ୍ରବେଶ କରିଥିଲେ। ଏଥିରେ ଭଂଜନଗର ଏବଂ ଆଠମଲ୍ଲିକ ଫାଇନାଲ ମ୍ୟାଚରେ କଡା ମୁକାବିଲା ହୋଇ ଶେଷରେ ପେନାଲଟି ଗୋଲରେ ୧-୦ ଗୋଲରେ ଭଂଜନଗରକୁ ଆଠମଲ୍ଲିକ ପରାସ୍ତ କରି ବିଜୟୀ ହୋଇଥିଲେ।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରକଳ୍ପ ଅଧିକାରୀ ବିଶ୍ୱରଂଜନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁର ଏବଂ ପଂଚାୟତ ସମିତି ଅଧ୍ୟକ୍ଷା ଅନିମାଁ କହଁରଙ୍କ ସହ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ବିଜେତା ଦଳକୁ ଆଠ ହଜାର ଅର୍ଥ ସହ ଟ୍ରଫି ଏବଂ ଉପ ବିଜେତା ୫ ହଜାର ଅର୍ଥ ସହ ଟ୍ରଫି ପ୍ରଦାନ କରିଥିଲେ। ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ବର୍ଷା କାରଣରୁ ବାତିଲ ହୋଇଥିବା ବେଳେ ପଂଚାୟତ ସମିତି ଅଧ୍ୟକ୍ଷା ଅନିମାଁ କହଁରଙ୍କ ଉଦ୍ୟମରେ  ମାଆଁ ସୁରା ଦେଇ ଫୁଟବଲ୍ କ୍ଲବ ସହଯୋଗରେ ଏହି ଦୁଇଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସୁରୁଖୁରୁରେ ସମାପ୍ତ ହୋଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories