www.samajalive.in
Monday, December 15, 2025
14.1 C
Bhubaneswar

ଘଣ୍ଟାପଡା ଫାଣ୍ଡିକୁ ମିଳିଲା ନୂତନ ଥାନାର ମାନ୍ୟତା

ଘଣ୍ଟାପଡା/କଣ୍ଟାମାଳ : ଦୀର୍ଘ ୩୭ ବର୍ଷ ପରେ ଘଣ୍ଟାପଡା ଫାଣ୍ଡିକୁ ପୁଣି ମିଳିଲା ନୂତନ ଥାନାର ମାନ୍ୟତା। ସମଗ୍ର ରାଜ୍ୟରେ ୩୬ଟି ନୂତନ ଥାନା ଖୋଲିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଫାଣ୍ଡିକୁ ଥାନାର ମାନ୍ୟତା ମିଳିଛି। ଏଇ ଖବର ପ୍ରଚାରିତ ହେବା ପରେ ଘଣ୍ଟାପଡା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଥାଉକି ବ୍ରିଟିଶ ତଥା ରାଜାରାଜୁଡା ଶାସନ ସମୟରେ ୧୯୦୫ ମସିହାରେ ତତ୍କାଳୀନ ବୌଦ୍ଧଗଡ଼ର ରାଜା ଘଣ୍ଟାପଡା ଗ୍ରାମରେ ଏକ ଥାନା ପ୍ରତିଷ୍ଠା କରିଥିଲେ। ଯାହାକି ଭାରତ ସ୍ୱାଧୀନତା ପାଇବାପରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଥାନାର ମାନ୍ୟତା ମିଳିଥିଲା। କିନ୍ତୁ ଏଠାର ରାଜନୈତିକ ଅପାରଗତା ଯୋଗୁଁ ୧୯୮୫ ମସିହାରେ ଓଡିଶା ସରକାର ଘଣ୍ଟାପଡା ଥାନାକୁ ଉଠାଇନେଇ କଣ୍ଟାମାଳ ଫାଣ୍ଡିକୁ ଥାନା ଓ ଘଣ୍ଟାପଡା ଥାନାକୁ ଫାଣ୍ଡିର ମାନ୍ୟତା ଦେଇଥିଲେ। ଦୀର୍ଘ ୩୭ ବର୍ଷର ଆପତ୍ତି ଅଭିଯୋଗ ଓ ବିଭିନ୍ନ ସଙ୍ଘ ତରଫରୁ ଦାବି ପରେ ଆଜି ଓଡିଶା ସରକାରଙ୍କ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଖୁସିରେ ଅଞ୍ଚଳବାସୀ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ମନାଇବା ସହ ଓ ମୁଖ୍ୟମନ୍ତ୍ରୀ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories