www.samajalive.in
Monday, December 15, 2025
24.1 C
Bhubaneswar

ସଫ୍ଟ‌ୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା; ଶ୍ବାସରୁଦ୍ଧରୁ ଶ୍ବେତାଙ୍କ ମୃତ୍ୟୁ

ଚନ୍ଦ୍ରଶେଖରପୁର: ଶ୍ବାସରୁଦ୍ଧ ଯୋଗୁଁ ସଫ୍ଟ‌ୱେୟାର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ଘଟିଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତାଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ରାଜଧାନୀ ଚିକିତ୍ସାଳୟ ନିର୍ଦେଶକ ସୂଚନା ଦେଇଛନ୍ତି। ଭୁବନେଶ୍ବର ଉପାୟୁକ୍ତ ପ୍ରତୀକ ସିଂହ ବୁଧବାର ଥାନାରେ ପହଞ୍ଚି ମାମଲାର ଅଗ୍ରଗତି ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ଶ୍ବେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ। ମୃତ ଶ୍ବେତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଏନ୍‌ଏଚ୍‌ଆରସିଙ୍କ ପକ୍ଷରୁ ଏକ ଟିମ୍‌ ତଦନ୍ତ କରିବା ପାଇଁ ଆବେଦନକାରୀ ଆୟୋଗଙ୍କୁ ଅନୁରୋଧ କରିଛନ୍ତି।

ଶ୍ବେତାଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ହେଁ ତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ ପୁଲିସ ଏପର୍ଯ୍ୟନ୍ତ ଜେରା କରିପାରିନି। ଘଟଣାଦିନ ସୌମ୍ୟଜିତଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବାରୁ ପରିବାର ଲୋକଙ୍କ ହାତରେ ପୁଲିସ ତାଙ୍କୁ ଛାଡ଼ିଦେଇଥିଲା। ଏବେ ବି ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ଦର୍ଶାଇ ସୌମ୍ୟଜିତଙ୍କ ଅାଇନଜୀବୀ ଆଉ କିଛି ଦିନ ସମୟ ଦେବା ପାଇଁ ପୁଲିସକୁ ଅନୁରୋଧ କରିଥିବା ସୂଚନା ମିଳିଛି। ତାଙ୍କ ପରିବାର ଲୋକ ପୁଲିସ ସହ ଯୋଗାଯୋଗରେ ରହୁଛନ୍ତି। ଶ୍ବେତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଦାୟିତ୍ବ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି। ଅଭିଯୋଗ ପରେ ମାମଲାର ତଦନ୍ତରେ ଅଗ୍ରଗତି ହୋଇଛି ବୋଲି ଉପାୟୁକ୍ତ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ, କମିସନରେଟ ପୁଲିସ ଅନ୍ତର୍ଗତ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ଶ୍ବେତା ଚାକିରି କରିଥିଲେ। ଶୈଳଶ୍ରୀବିହାର ଅଞ୍ଚଳରେ ସେ ଘର ଭଡ଼ା ନେଇ ରହୁଥିଲେ। ସେହି କମ୍ପାନୀରେ ସୌମ୍ୟଜିତ ମଧ୍ୟ କାମ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତାଙ୍କ ପ୍ରେମ ସଂକ୍ରାନ୍ତରେ ଉଭୟଙ୍କ ପରିବାର ଅବଗତ ଥିଲେ। ହେଲେ ଗତ ୨୨ତାରିଖ ଦିନ ଘର ଭିତରୁ ଶ୍ବେତାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେଠାରୁ ଶ୍ବେତାଙ୍କ ମୋବାଇଲ ଓ ଗୋଟିଏ ଡାଏରୀକୁ ପୁଲିସ ଜବତ କରିଥିଲା। ଜବତ ଡାଏରୀରୁ ସୌମ୍ୟଜିତଙ୍କ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା। ପରେ ସୌମ୍ୟଜିତଙ୍କୁ ଡାକି ପୁଲିସ ପଚରାଉଚରା କରିଥିଲା, ହେଲେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଏହାର ଦିନକ ପରେ ଶ୍ବେତାଙ୍କ ବାପା ଓ ଭାଇ ଥାନାରେ ପହଞ୍ଚି ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତ ଦାୟୀ ବୋଲି ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅପମୃତ୍ୟୁ ବଦଳରେ ଭାରତୀୟ ପିଙ୍ଗଳ କୋଡ ୩୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି, ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories