www.samajalive.in
Monday, December 15, 2025
16.1 C
Bhubaneswar

୧୦ କେଜି କୁଟୁରା ମାଂସ ସହ ସ୍କୁଟି ଜବତ ; ଜଣେ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା- ଉଦଳା ରାସ୍ତାର ମାଙ୍କଡ଼ବେଡା ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଠାକୁରମୁଣ୍ଡା ଓ ଚମ୍ପାଝର ବନବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ କେଜି କୁଟୁରା ମାଂସ  ଜବତ କରାଯାଇଛି। ଘଟଣାସ୍ଥଳରୁ ତାଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ଏକ ସ୍କୁଟିକୁ ମଧ୍ୟ ଜବତ କରିଛି। ଗିରଫ ହୋଇ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡ଼ିହା ବଙ୍ଗଳା ସାହିର କରନ ହାଁସଦା (୩୮ବର୍ଷ) ବୋଲି ଜଣାପଡିଛି।
କୌଣସି ସୂତ୍ର ରୁ ଖବର ପାଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଫରେଷ୍ଟର କିଶୋର ମହାନ୍ତ, ଫୋରେଷ୍ଟ ଗାର୍ଡ ଚିତ୍ତରଞ୍ଜନ ନାୟକ, ମାନରଞ୍ଜନ ବେହେରା ସମେତ ଅନ୍ୟ ବନ କର୍ମଚାରୀ ମାନେ ରାସ୍ତା ଉପରେ ଜଗି ରହିଥିଲେ। ଜଙ୍ଗଲରୁ କୁଟୁରା ଶିକାର ପରେ ମାଂସ କାଟି ଦିନ ପ୍ରାୟ ୧୧ ଟା ସମୟରେ  ପଲିଥିନରେ ମାଂସ ଭର୍ତି କରି ଏକ ସ୍କୁଟି  ଡିକି ଭିତରେ ରଖି ବିକ୍ରି କରିବାକୁ ଠାକୁରମୁଣ୍ଡା ଆଡକୁ ଆସୁଥିବା ସମୟରେ ବନବିଭାଗ ହାତରେ ଧରା ପଡି ଥିଲେ। ସର୍ଚ୍ଚ ବେଳେ ସ୍କୁଟି ଡିକିରୁ କୁଟୁରା ମାଂସ ବାହାରି ଥିଲା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories