www.samajalive.in
Monday, December 15, 2025
16.1 C
Bhubaneswar

ଗାଁରେ ଚୋର ଭୟ; ରାତିରେ ଉଜାଗର ରହୁଛନ୍ତି ଯୁବଗୋଷ୍ଠୀ

ଗୁଡଭେଲା: ତୁଷୁରା ଥାନା ଅଞ୍ଚଳରେ କିଛି ଦିନ ହେବ ପିଲାଚୋରଙ୍କ ପ୍ରଦୁର୍ଭାବକୁ ନେଇ ପ୍ରଚାର ହେବାରୁ ଗାଁ ଗାଁରେ ଆତଙ୍କ ଦେଖାଦେଇଛି । ଉପାନ୍ତ ଅଂଚଳରେ ପୁଲିସ ପାଟ୍ରୋଲିଂ ଢିଲା ଥିବାରୁ ନିଜ ସୁରକ୍ଷା ନିଜେ କରିବାକୁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ । ତୁଷୁରା ଥାନାର ଜାମୁଟ ହେଉଛି ଏକ ଉପାନ୍ତ ଜଙ୍ଗଲ ଘେରା ଗାଁ । ଏହି ଗାଁକୁ ଲାଗିକି କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଗାଁ ରହିଛି । ରାତି ହେଉକି ଦିନ ପ୍ରତି ଘଣ୍ଟାରେ ରାଜ୍ୟ ବାହାରର ଚାରିଚାକିଆ ଯାନ ଚକର କାଟୁଛି । ଫଳରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗାଁ ଲୋକେ। ବିଶେଷ କରି ଏହି ଗାଁ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ଗୁପ୍ତବୁଝାମଣା ଯୋଗୁଁ ଠିକ ଭାବରେ ପୁଲିସ ପାଟ୍ରୋଲିଂ କରୁନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରୁଛନ୍ତି । ଗତ କିଛି ଦିନ ହେଲା ସନ୍ଧ୍ୟାରୁ ସକାଳ ଯାଏ ବିଭିନ୍ନ ଛକରେ ପାଲି କରି ଗାଁ ଜଗୁଛନ୍ତି ଜାମୁଟ ଗାଁର ଯୁବଗୋଷ୍ଠୀ । ଏଣୁ ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories