www.samajalive.in
Monday, December 15, 2025
15.1 C
Bhubaneswar

ଗୁଡଭେଲା ବ୍ଳକକୁ ମିଳିଲା ୩ ପ୍ରତିନିଧି

ଗୁଡଭେଲା: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗୁଡଭେଲା ବ୍ଳକରେ ବିଧାୟିକାଙ୍କ ବ୍ଳକ ପ୍ରତିନିଧିଙ୍କୁ ନେଇ ଦୀର୍ଘ ଦିନ ହେବ ଦଳୀୟ କର୍ମୀ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଫଳରେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ପ୍ରତିନିଧି ଦେବାକୁ ନେଇ ବିଳମ୍ବ କରୁଥିଲେ । ହେଲେ ରବିବାର ଦିନ ମନ୍ତ୍ରୀ ବିଧିବଦ୍ଧ ଭାବରେ ବ୍ଲକ ପ୍ରତିନିଧି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିନିଧି ଓ ଜଳ ଓ ପରିମଳ ବିଭାଗର ପ୍ରତିନିଧି ମାନଙ୍କର ନାମ ଘୋଷଣା କରିଛନ୍ତି । ବ୍ଳକ ପ୍ରତିନିଧି ଭାବରେ କଂଗ୍ରେସରୁ ଆସିଥିବା କ୍ଷମାସାଗର ସାହୁଙ୍କ ନାଁ ଘୋଷଣା କରାଯାଇଛି । ଶ୍ରୀ ସାହୁ ପୂର୍ବରୁ ଗତ ୪୦ ବର୍ଷ ଧରି କଂଗ୍ରେସ ଦଳରେ ଜଣେ ସକ୍ରିୟ କର୍ମୀ ଭାବରେ ରହି କାର୍ଯ୍ୟ କରି ଆସୁଥିଲେ ।

ହେଲେ ଗତ ଅପ୍ରେଲ ମାସରେ କଂଗ୍ରେସ ଦଳରୁ ପ୍ରାଥମିକ ସଦସ୍ୟ ଭାବରେ ଇସ୍ତଫା ଦେଇବା ସହ ବିଜେଡିରେ ଯୋଗ ଦେଇଥିଲେ । ହେଲେ କମ୍ ଦିନ ମଧ୍ୟରେ ଆମଦାନୀ ନେତାଙ୍କୁ ମନ୍ତ୍ରୀ ଟୁକୁନି ସାହୁ କାର୍ଯ୍ୟକଳାପକୁ ବିଶ୍ୱାସ କରି ବର୍ତ୍ତମାନ ବ୍ଳକ ପ୍ରତିନିଧି ଭାବରେ ନାଁ ଘୋଷଣା କରିଥିବାରୁ ବିଜେଡି କର୍ମୀ ମହଲରେ ଅସନ୍ତୋଷର ଦାନା ବାନ୍ଧୁଛି । ଅପରପକ୍ଷରେ ବ୍ଳକ ପ୍ରତିନିଧି  ପାଇଁ ଅନ୍ୟ ଆଶୟୀ କର୍ମୀମାନେ ମଧ୍ୟ ନିରାଶ ହୋଇଥିବା ଜଣାପଡିଛି । ଏହାସହ ଜିଲ୍ଲା ପରିଷଦ ସଭ୍ୟ ରାମନିବାସ ଅଗ୍ରୱାଲଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିନିଧି ଓ ଗୌରଚନ୍ଦ୍ର ରଣାଙ୍କୁ ବ୍ଳକ ଜଳ ଓ ପରିମଳ ବିଭାଗର ପ୍ରତିନିଧି ଭାବରେ ନିଯୁକ୍ତି ଦେଇଛନ୍ତି ଟିଟିଲାଗଡ଼ ବିଧାୟିକା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories