ଗୋଛାଗୋରା-ଦେଓଗାଁ ରାସ୍ତା ଶୋଚନୀୟ, ବର୍ଷା ଦିନେ ଯାତାୟାତ କରୁନାହିଁ ବସ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ୪୧ ନଂ. ରାଜ୍ୟ ରାଜପଥ ଠାରୁ ଦେଉଲି କେଉଟିପାଲି ପର୍ଯ୍ୟନ୍ତ ଯାଇଥିବା ୧୧ କିମି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ରାସ୍ତାରେ ସାନ ବଡ଼ ଖାଲ ଖମା ହୋଇଥିବାରୁ ବିଭିନ୍ନ ସମୟରେ ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର ଶୀକାର ହେଉଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତା ୩କୋଟି ୧୩ଲକ୍ଷ ୫୪ହଜାର ୪୭୧ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି। ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାମ ହେତୁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବିଭାଗୀୟ ଅଧିକାରୀ ଏହାକୁ ଅଣଦେଖା କରିଥିଲେ। ଏହି ରାସ୍ତାରେ ବଲାଙ୍ଗୀର, କଳାହାଣ୍ଡି, ତୁଷୁରା, ଗୁଡ଼ାଭେଳା ଆଦି ବିଭିନ୍ନ ସ୍ଥାନକୁ ନିୟମିତ ଭାରି ଯାନ ଚଳାଚଳ କରୁଛି। ଏହି ରାସ୍ତାରେ କଳାହାଣ୍ଡି ଜିଲ୍ଲା କର୍ଲାଖମନ ଠାରୁ ଭୁବନେଶ୍ୱରକୁ ଯାତ୍ରୀବାହି ବସ ଚଳାଚଳ କରୁଛି। ବର୍ଷା ଦିନରେ ବସ ଯାତାୟାତ କରୁନାହିଁ । ବୌଦ୍ଧ ଓ କନ୍ଧମାଳ ଜିଲାର ପ୍ରାୟ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତାର ଅବସ୍ଥା ଖରାପ ଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ବିଷୟରେ ବିଭାଗୀୟ ଯନ୍ତ୍ରୀ ହେମନ୍ତ ରଣାଙ୍କୁ ଯୋଗାଯୋଗ କରିବାରୁ ବର୍ଷା ଶେଷ ପରେ ମରାମତି କରାଯିବ ବୋଲି କହିଛନ୍ତି।

kalyan agarbati

Comments are closed.