www.samajalive.in
Sunday, December 7, 2025
23.1 C
Bhubaneswar

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ୩ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜ ପଠାଗଲା

ଭୁବନେଶ୍ୱର: ସଂପ୍ରତି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିରେ ମତ୍ସ୍ୟ ଓ ପ୍ରାଣୀସଂପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜକୁ ପଠାଯାଇଛି।

ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟଙ୍କୁ ବାଲେଶ୍ୱର ଓ ଜୋଆଚିମ୍‌ ଲାକ୍ରାଙ୍କୁ ମୟୂରଭଞ୍ଜ ଜିଲା ଦାୟିତ୍ୱରେ ରଖାଯାଇଛି। ଅଧିକାରୀ ଦ୍ୱୟ ବନ୍ୟାସ୍ଥିତିର ଆକଳନ କରି ମତ୍ସ୍ୟ ସଂପଦର ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ଦ୍ୱାରା ଜାରି କରାଯାଇଥିବା ବନ୍ୟା ପରିଚାଳନାର ମାର୍ଗଦର୍ଶିକାର କ୍ଷେତ୍ର ଅଧିକାରୀମାନେ ଅନୁପାଳନକୁ ନିଶ୍ଚିତ କରିବା
ସହ ସମସ୍ତ କାର୍ଯ୍ୟ ତଦାରଖ କରିବେ। ନିୟମିତ ବ୍ୟବଧାନରେ ବନ୍ୟାର ସ୍ଥିତି ସଂପର୍କରେ ମଧ୍ୟ ବିଭାଗକୁ ଅବଗତ କରାଇବା ନିମନ୍ତେ ଅଧିକାରୀ ଦ୍ୱୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରାଙ୍କୁ ନିର୍ଦ୍ଦେଶାଳୟର କଣ୍ଟ୍ରୋଲ ରୁମ ତଦାରଖ ଦାୟିତ୍ୱରେ ରଖାଯାଇଛି। ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ. ସଂଜୟ କୁମାର ପଣ୍ଡାଙ୍କୁ ବାଲେଶ୍ୱର ଜିଲ୍ଲାର ବନ୍ୟା ରିଲିଫ୍‌ କାର୍ଯ୍ୟ ତଦାରଖ କରିବା ନିମନ୍ତେ ତୁରନ୍ତ ବାଲେଶ୍ୱର ସିଡିଭିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories