www.samajalive.in
Monday, December 15, 2025
16.1 C
Bhubaneswar

ବନ୍ୟାଜଳ ଛାଡ଼ିବାର ସପ୍ତାହକ ପରେ ଶକ୍ତିପୀଠରେ ପୂଜାପାଇଲେ ମା ଭଟ୍ଟାରିକା

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ଗୋଟିଏ ସପ୍ତାହ ଧରି ବନ୍ୟାଜଳରେ ବୁଡ଼ିରହିଲା ମା ଭଟ୍ଟାରିକାଙ୍କ ଶକ୍ତିପୀଠ । ବଡ଼ମ୍ବାର ଆରଧ୍ୟା ଦେବୀ କେବେ ପୀଠରେ ପୁଣି ପୂଜାପାଇବେ ସେ ନେଇ ଉତ୍କଣ୍ଠାର ସହିତ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ଅପେକ୍ଷା କରିଥିଲେ। ତେବେ ରବିବାର ଅପରାହ୍ନରେ ମନ୍ଦିରରୁ ସମ୍ପୁର୍ଣ୍ଣ ପାଣି ଛାଡ଼ିବା ପରେ ମା ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମା ପୀଠକୁ ଫେରିବା ସହିତ ଭକ୍ତଙ୍କ ଅପେକ୍ଷାର ଅନ୍ତଘଟିଥିବା ପ୍ରକାଶ । ମା’ଙ୍କର ଦୈନନ୍ଦିନ ପୂଜାର୍ଚ୍ଚନା ଆଜି ମନ୍ଦିରରେ ଅନୁଷ୍ଠିତ ହୋଇଥିବା ପ୍ରମୁଖ ପୂଜକ ଶିରିଶ ରଣା କହିଛନ୍ତି । ପୂଜକ ଶ୍ରୀ ରଣା କହିବା ଅନୁଯାୟୀ ବନ୍ୟାଜଳ ଛାଡ଼ିବା ପରେ ମନ୍ଦିର ଭିତର ସେବକ ଏବଂ ସ୍ଥାନୀୟ ସ୍ୱେଛାସେବୀଙ୍କ ଦ୍ୱାରା ସଫେଇ କରାଯାଇଥିଲା । ପରେପରେ ଚଳନ୍ତି ପ୍ରତିମା ପୀଠକୁ ବିଜେ କରିବା ପରେ ଦେବୀଙ୍କ ମାଜଣା ନୀତି ସହିତ ମାଙ୍କର ସନ୍ଧ୍ୟା ଆଳତି, ରାତ୍ର ଭୋଗ ଏବଂ ଶାନ୍ତି ଉଦକ ପଣାଲାଗି କରାଯାଇ ପହୁଡ଼ ପଡ଼ିଛି । ତେବେ ମନ୍ଦିର ବେଢା ସମ୍ମୁଖଦେଇ ଏବେ ବି ବନ୍ୟାଜଳ ପ୍ରଭାହିତ ହେଉଥିବା ଏବଂ ଚଳିତ ବନ୍ୟାରେ ବେଢା ନିକଟସ୍ଥ ଭଜନ ମଣ୍ଡପ ସନ୍ନିକଟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେବକଙ୍କ ଠାରୁ ପ୍ରକାଶ। ବେଢାରେ ବନ୍ୟା କାରଣରୁ ପରିମଳ ଅବସ୍ଥା ପ୍ରଭାବିତ ହୋଇଛି । ପୂର୍ବଭଳି ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ସେବାସୀମାନେ ଅନୁରୋଧ କରିଛନ୍ତି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories