www.samajalive.in
Sunday, December 14, 2025
17.1 C
Bhubaneswar

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁମୋହନ ପୁରଠାରେ ବରିଷ୍ଠ ନାଗରିକ ଦିବସ ଅବସରରେ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ବରିଷ୍ଠ ନାଗରିକମାନେ ଏହି ଦେଶ ଓ ଜାତିର କର୍ଣ୍ଣଧାର ଏବଂ ସେମାନଙ୍କର ବଳିଷ୍ଠ ଦିଗଦର୍ଶନ ଆମ ସମାଜକୁ ଅଧିକ ଉନ୍ନତ ଓ ସୁଦୃଢ କରିଥାଏ । ସେମାନଙ୍କ ସେବା କରିବା ଏବଂ ସେମାନଙ୍କ ସ୍ୱାସ୍ଥ ପ୍ରତି ଯତ୍ନବାନ ହେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକମାନେ ବିଶେଷକରି ଅନିୟନ୍ତ୍ରିତ ମଧୁମେହ, ହୃଦରୋଗ, କିଡ୍‍ନୀ ରୋଗ, ଉଚ୍ଚ ରକ୍ତଚାପ, ଓ ଶ୍ୱାସ ରୋଗରେ ପୀଡିତ ହୋଇଥାନ୍ତି । ଏପରିକି କରୋନା ମହାମାରୀ ବୟସ୍କଙ୍କ ପାଇଁ ଘାତକ ହୋଇଥାଏ । ତେଣୁ ବୟସ୍କ ନାଗରିକ ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯନ୍ତ୍ରବାନ ହେବା ସହ ନିୟମିତ ଡାକ୍ତରୀ ପରାମର୍ଶରେ ଚିକିତ୍ସା କରାଇବା ଦରକାର ବୋଲି ଶ୍ରୀ ଅସଲମ ମତ ପ୍ରକାଶ କରିଥିଲେ। ବୟସ୍କ ନାଗରିକମାନେ ତମ୍ବାଖୁ ଓ ମାଦକଦ୍ରବ୍ୟ ସେବନରୁ ନିବୃତ ରହିବା ସାଙ୍ଗକୁ ସ୍ୱାସ୍ଥ୍ୟ ଉପଯୋଗୀ ସୁଷମ ଖାଦ୍ୟ ଖାଇବା, ନିୟମିତ ଯୋଗ ବ୍ୟାୟାମ କରିବା ଏବଂ କିଛି କିଛି ଘରୋଇ କାର୍ଯ୍ୟରେ ସମୟ ଦେଇ ନିଜ ସମୟ ବିତାଇବା ଦରକାର। ଘରେ ରହିଥିବା ବରିଷ୍ଠ ନାଗରିକ ମାନେ କୌଣସି ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଆଶାକର୍ମୀ ବା ସ୍ୱାସ୍ଥ୍ୟକର୍ମୀଙ୍କ ସାହାଯ୍ୟ ନେଇ ଆବଶ୍ୟକୀୟ ଚିକିତ୍ସା କରାଇବା ଅଥବା ଇ-ସଞ୍ଜିବନୀ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରାମର୍ଶ ନେବାକୁ ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। ଏହି ଅବସରରେ ବୟସ୍କ ନାଗରିକମାନଙ୍କ ସେବା, ସୁରକ୍ଷା ଓ ସମ୍ମାନ ପାଇଁ ଦାୟିତ୍ୱବାନ ହେବାକୁ ଉପସ୍ଥିତ ସମସ୍ତେ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories