ସକାଳ @୯ ମୁଖ୍ୟ ଖବର

(୧) ବାଲେଶ୍ୱର ସହରର ତଳିଆ ଅଞ୍ଚଳକୁ ପଶିଲା ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ… ଚାଷ ଜମି ସହ କିଛି ଘରେ ମଧ୍ୟ ପଶିଛି ପାଣି… କଣ୍ଟାବଣିଆ, ପସିମିଳା, ଚାନ୍ଦମାରିପଡ଼ିଆ ଓ ଫୁଲାଡି ହୋଇଛି ଜଳମଗ୍ନ… ହନ୍ତସନ୍ତ ହେଉଛନ୍ତି ଲୋକେ…

(୨) କେନ୍ଦ୍ରାପଡ଼ା ମହାକାଳପଡ଼ାର ବରଜ ବାହାକୁଦ ଫେରିଘାଟରେ ବଡ଼ ଧରଣ ଅଘଟଣ… ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା… ୫୦ଜଣ ଯାତ୍ରୀଙ୍କୁ ସୁରକ୍ଷୀତ ଭାବେ ଉଦ୍ଧାର କଲା ମେରାଇନ ପୁଲିସ…

prayash

(୩) ଛାଡ଼ିଛି ବର୍ଷା ହେଲେ ଛାଡ଼ୁନି ଦୁର୍ଦ୍ଦଶା… ବନ୍ୟାରେ ଭାଙ୍ଗିଛି ୧୮୬୬ ଘର… ୧୩ ଜିଲ୍ଲାରେ ୬୦୭ ପଞ୍ଚାୟତ ପ୍ରଭାବିତ.. ଏବେ ବି ଜଳବନନ୍ଦୀ ଭାବେ ଜୀବନ କଟୁଛନ୍ତି ୪ଲକ୍ଷରୁ ଅଧିକ ଲୋକ… ସେପଟେ ବନ୍ୟାରେ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଲେ କୃଷି ମନ୍ତ୍ରୀ…

(୪)  ଓଡ଼ିଶାରେ ଆଜିଠୁ ଲାଗିବ ବର୍ଷାରେ ବ୍ରେକ୍‌… ପାଗରେ ଆସିବ ପରିବର୍ତ୍ତନ… ଦୁର୍ବଳ ହେଲା ଗଭୀର ଅବପାତ… ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ…

(୫) ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା… ଭାଙ୍ଗିଲା ବ୍ରିଜ୍‌ ଧୋଇନେଲା ଧନଜୀବନ…  ବନ୍ୟା ଓ ଭୂସ୍ଖଳନରେ ୨୨ଜଣଙ୍କ ମୃତ୍ୟୁ… ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଜାରି ରଖିଛି ପ୍ରଶାସନ…

kalyan agarbati

Comments are closed.