ଜାଲ ରେସିଡେଣ୍ଟ ସାର୍ଟିଫିକେଟରେ ଆର୍ମି ନିଯୁକ୍ତି ମେଳାରେ ସାମିଲ ମାମଲା; ତିନି ଅଟକ
ଗୋପାଳପୁର: ଆର୍ମିରେ ନିଯୁକ୍ତି ପାଇବା ନିମନ୍ତେ ଜାଲ ରେସିଡେଣ୍ଟ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ତିନି ଜଣ ଯୁବକକୁ ଅଟକ ରଖିଛି । ଅଟକ ରହିଥିବା ଯୁବକ ମାନେ ହେଲେ ଗୋଳନ୍ଥରା ଥାନା ଅଉ ସୁଭାଣି ଗ୍ରାମର ବୋରା ଲୋକେଶ, ବୋରା ଉମାପତି ରେଡ଼ି ଓ ବନମାଳୀ ବେହେରା ବୋଲି ଜଣାପଡିଛି । ସୂଚନା ପ୍ରକାରେ ଗତ ୨୦୨୧ମସିହା ମାର୍ଚ୍ଚ ମାସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିମାନ ବନ୍ଦର ପରିସରରେ ଗୋଳାବନ୍ଧ ଆର୍ମି ଏଡି କଲେଜ ପକ୍ଷରୁ ଆର୍ମି ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ କିଛି ଯୁବକ ଚାକିରି ପାଇବା ଆଶାରେ ଜାଲ ସାର୍ଟିଫିକେଟ ଦେଇ ଥିବା ସନ୍ଦେହରେ ଆର୍ମି ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି କ୍ରମରେ ଅନୁଷ୍ଠିତ ଆର୍ମି ସେନା ନିଯୁକ୍ତି ରାଲି ଜାଲ ରେସିଡାଣ୍ଟ ସାର୍ଟିଫିକେଟ ଦେଇ ଲୋକେଶ ଓ ଉମାପତି ଉଭୟ ପାସ ହୋଇଥିଲେ । ପରେ ଆର୍ମି ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା ।
ଯାଞ୍ଚ ବେଳେ ଉଭୟ ଜାଲ ରେସିଡେନ୍ସ ସାର୍ଟିଫିକେଟ ଦେଇଥିବା ଆର୍ମି ଅଧିକାରୀ ମାନେ ଜାଣିବା ପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହା ନେଇ ଗତ୨୨/୪/୨୨ରେ ଜିଲ୍ଲା ଆଡ଼ିସନାଲ ମାଜିଷ୍ଟ୍ରେଟ ଘଟଣା ନେଇ ଗୋପାଳପୁର ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲେ । ଚିଠି ପ୍ରକାରେ ପୁଲିସ କେସ ନଂ ୬୮/୨୨ରେ ଏକ ମାମଲା ରୁଜୁ କରିଥିଲା । ପୁଲିସ ପକ୍ଷରୁ ତଦନ୍ତ ବେଳେ ଉଭୟ ଉମାପତି ଓ ଲୋକେଶ କୁ ଆଣି ପଚରାଉଚରା ସମୟରେ ସେମାନେ ତାଙ୍କ ଗ୍ରାମରେ ଥିବା ଏକ ଜନସେବା କେନ୍ଦ୍ରରୁ ବନମାଳୀ ବେହେରା ବନମାଳୀ, ଜାଲ ସାର୍ଟିଫିକେଟ ପ୍ରସ୍ତୃତ କରୁଥିବା ଜାଣିପାରି ସେଠାରୁ ଉଭୟ ଜାଲ ରେସିଡାଣ୍ଟ ସାର୍ଟିଫିକେଟ ସଂଗ୍ରହ କରିଥିଲେ। ଲୋକେଶ, ଉମାପତି ଉକ୍ତ ଜାଲ ରେସିଡେନ୍ସ ସାର୍ଟିଫିକେଟକୁ ନେଇ ଆର୍ମିରେ ଭର୍ତ୍ତି ହେବା ପାଇଁ ୨୦୨୧ ମସିହାରେ ଆବେଦନ କରିଥିଲେ ।
ଆବେଦନ ପରେ ଶାରୀରିକ ପରୀକ୍ଷା ନିମନ୍ତେ ମାର୍ଚ୍ଚ ୨୫ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଏୟାର ଷ୍ଟ୍ରିଫିପ୍ ଅନୁଷ୍ଠିତ ରାଲିରେ ସେମାନେ ସାମିଲ ହୋଇଥିଲେ । ଏଥିରେ ଲୋକେଶ, ଉମାପତି ପାସ ହେବା ପରେ ଲୋକେଶ, ଉମାପତି ମଧ୍ୟରୁ ଲୋକେଶ ମେଡିକାଲ ପରୀକ୍ଷାରେ ଫେଲ ହୋଇଯାଇଥିବା ବେଳେ ଉମାପତି ରିଟେନ ପରୀକ୍ଷା ଯିବା ପୂର୍ବରୁ ଉଭୟଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇଥିଲା । ଯାଞ୍ଚ ବେଳେ ସାର୍ଟିଫିକେଟ ଜାଲି ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ଆଡିସନାଲ ମାଜିଷ୍ଟ୍ରେଟ ଗୋପାଳପୁର ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲେ । ଚିଠି ପାଇ ପୁଲିସ ତଦନ୍ତ କରି ସେମାନଙ୍କର ଠିକଣା ବାହାର କରିଥିଲା । ପୁଲିସ ସେମାନଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚାର କରୁଥିବା ଜଣାପଡିଛି ।
Comments are closed.