ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

କଣ୍ଟାବାଞ୍ଜି :ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜି ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଭାପତି ତଥା ସଙ୍କୁଳ ପ୍ରମୁଖ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଉପଖଣ୍ଡ ଆରକ୍ଷୀ ଅଧିକାରୀ ହୃଷିକେଷ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବ୍ରଜଶ୍ୟାମ ଗୁରୁ, ପ୍ରଧାନ ଆଚାର୍ଯ୍ୟ ତେଜ କୁମାର ସାହୁ ତଥା କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା, ସଦସ୍ୟ ସୁଧିର ବେହେରା, ବିଭାଗ ବିଜ୍ଞାନ ପ୍ରମୁଖ କୁଶଧ୍ୱଜ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କଣ୍ଟାବାଞ୍ଜି ସଙ୍କୁଳ ଅନ୍ତର୍ଗତ ୧୦ଟି ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଗଣିତର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ଓ ବିଭିନ୍ନ ପ୍ରଶ୍ନ ମଞ୍ଚରେ ଭାଗ ନେଇଥିଲେ। ଏହି ପ୍ରକଳ୍ପଗୁଡିକୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ଏହାର ସମାରୋପ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏହି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠାନର ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକାଙ୍କ ସହଯୋଗରେ ସଫଲତାର ସହ ସମ୍ପର୍ଣ୍ଣ ହୋଇଥିଲା।

kalyan agarbati

Comments are closed.