ଆସୁଛି ବିଘ୍ନ ବିନାୟକଙ୍କ ପୂଜା, ପ୍ଲାଷ୍ଟର ଅଫ ପ୍ୟାରିସର ଚାହିଦା ବଡୁଛି
ହାତ ବାନ୍ଧି ବସିଛନ୍ତି ମୃଣ୍ମୟୀ ମୂର୍ତ୍ତି କାରିଗର
ପଦ୍ମପୁର: ପାର୍ବଣ ଋତୁରେ ଚଳଚଞ୍ଚଳ ପଦ୍ମପୁର ସହର। ଋତୁର ପ୍ରଥମ ପାର୍ବଣ ଶ୍ରୀ ଗଣେଶ ଙ୍କ ପୂଜାରେ ସବୁବେଳେ ଚଛିତ ରହେ ପଦ୍ମପୁର ମାଟି। କେତେବେଳେ ବାଲଗଣପତି ତ କେତେବେଳେ ପଞ୍ଚମୁଖୀ ଗଣପତି ତ କେତେବେଳେ ବିଭିନ୍ନ ପ୍ରକାର ଗଣେଶ ଙ୍କୁ ନେଇ ଚର୍ଚ୍ଚା। କିନ୍ତୁ ଗତ ଦୁଇବର୍ଷ ହେବ କରନା କଟକଣା ଓ ସରକାର ଙ୍କ କଟକଣା ରେ ଫିକା ପଡିଥିଲା ଗଣେଶ ପୂଜା। ଏହି ବର୍ଷ ସରକାରଙ୍କ କଟକଣା ସମ୍ପୂର୍ଣ୍ଣ କୋହଳ ପଡ଼ିଥିଲେ ବି ସହର ଦେଖାଯାଉଛି ମଣ୍ଡପ ବିହୀନ। ପୂର୍ବରୁ ଯେଉଁଠି ମାସକ ପୂର୍ବରୁ ସବୁ ଛକରେ, ଅନୁଷ୍ଠାନ ଗୁଡିକରେ ଗହଳି ଚହଳି ଲାଗୁରହିଥିଲା ସେଠି ଏବେ ଖାଁ ଖାଁ। ତିଆରି ହେଉନି ମାଟିର ମୃଣ୍ମୟୀ ମୂର୍ତ୍ତି ମାଡିବସୁଛି ପ୍ଲାଷ୍ଟେର ଅଫ ପ୍ୟାରିସର ନିର୍ମିତ ମୂର୍ତ୍ତି। ହାତବାନ୍ଧି ବସିଛି ମାଟିରେ ତିଆରି କରୁଥିବା ମୂର୍ତ୍ତି କାରିଗର। ପ୍ରଶାସନ ସବୁ ଜାଣି ଏବେ ଅଜଣା। କିନ୍ତୁ ପାରମ୍ପରିକ ବୃତ୍ତୀ କରୁଥିବା ପଦ୍ମପୁରର ମାଟି ମୂର୍ତ୍ତି କାରିଗର ଏବେ କୌଳିକ ବୃତ୍ତୀ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟରେ ।
କାରଣ ବିକ୍ରି ହେଉଥିବା ପ୍ଲାଷ୍ଟେର ଅଫ ପ୍ୟାରିସର ମୂର୍ତ୍ତି ଚାହିଦା ଏବେ ବଡୁଛି। ଅଳ୍ପ ଖର୍ଚ୍ଚରେ ଶସ୍ତା ସୁନ୍ଦର ସାଙ୍ଗକୁ ଆକର୍ଷଣୀୟ ରୂପରେ ବଜାରରେ ପ୍ଲାଷ୍ଟେର ଅଫ ପ୍ୟାରିସର ଗଣେଶ ମୂର୍ତ୍ତି ମିଳିଯାଉଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କ ଦୋକାନ ଖୋଲି ବସିଛନ୍ତି ବେପାରୀ।ଚାହିଦା ଅଧିକ ଥିବାରୁ ଲାଭ ବି ଅଧିକ ହେଉଛି। ଏପଟେ ମାଟି ମୂର୍ତ୍ତି କରୁଥିବା କାରିଗରଙ୍କ ହାତ ଖାଲି। ଫଳରେ ପରିବାର ଗୁଜରଣ ମେଣ୍ଟାଇବାକୁ କିଏ ଅନ୍ୟ ବ୍ୟବସାୟ କରୁଛି ତ କିଏ ଚୂନ ମାରୁଛି ତ ଆଉକିଆ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହେଉଛି। ପାର୍ବଣ ଋତୁ ଆସିଲେ କାରିଗରଙ୍କ ପୁରା ପରିବାର ୨ମାସ ଧରି ଲାଗିପଡନ୍ତି ମୃଣ୍ମୟୀ ମୂର୍ତ୍ତି ତିଆରିରେ। ଏଥିରୁ ଉପାର୍ଜିତ ଧନ ବର୍ଷକର ଖର୍ଚ୍ଚ ତୁଲାଇଥାଏ।
ହେଲେ ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ ପ୍ଲାଷ୍ଟେର ଅଫ ପ୍ୟାରିସର କବଜାରେ ଘାଇଲା ହେଉଛନ୍ତି ମୂର୍ତ୍ତ କାରିଗର। ସେପଟେ ପ୍ଲାଷ୍ଟେର ଅଫ ପ୍ୟାରିସରର ମୂର୍ତ୍ତି ବୈଦିକ ରୀତିନୀତିକୁ ଅଣଦେଖା କରି ଭିନ୍ନ ଭିନ୍ନ ବିକୃତି ଶୈଳୀର ମୂର୍ତ୍ତି ପୂଜା ପାଉଛନ୍ତି। ମାଟିକୁ ମା ହିସାବରେ ମାନି ଜୀବଦାନ କରି ପୂଜା ସହ ଆଶ୍ରିବ୍ରାଦ ନେଇ ବିସର୍ଜନ କରାଯାଏ। ଯାହାକି କେବଳ ମୃଣ୍ମୟମୂର୍ତ୍ତିରୁ ହିଁ ହୋଇପାରିବ। ବାକି ଅନ୍ୟ କୌଣସି ମୂର୍ତ୍ତି ପୂଜା ଯୋଗ୍ୟ ନୁହେଁ। ପ୍ଲାଷ୍ଟେର ଅଫ ପ୍ୟାରିସର ର ମୂର୍ତ୍ତିରେ ଯେଉଁ ରାସାୟନିକ ରଙ୍ଗ ବ୍ୟବହାର କରି ବଜାରରେ ଯେପରି ଭାବେ ବିକ୍ରି ହେଉଛି ତାକୁ ନେଇ ପରିବେଶ ପ୍ରତି ବିପଦ ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରୁଛନ୍ତି।
ପ୍ଲାଷ୍ଟର ଅଫ ପ୍ୟାରିସର ୪ଇଞ୍ଚରୁ ଆରମ୍ଭ କରି ୧୪ଫୁଟ, ୫୦ଟଙ୍କାରୁ ଆରମ୍ବ କରି ୨୫ ହଜାର ଯାଏଁର ଗଣେଶ ଭଣ୍ଡାର ଦୋକାନ ଦେଖିଲେ ଯେକେହି ବି ଜାଣିବ ଯେ ପ୍ରଶାସନ ସବୁ ଜାଣି ଅଜଣା ସାଜିଛି।
Comments are closed.