www.samajalive.in
Monday, December 8, 2025
14.1 C
Bhubaneswar

ରାଇରଙ୍ଗପୁରରେ ତିନୋଟି ପୃଥକ ଘଟଣାରେ ଦୁଇ ନାବାଳିକାଙ୍କ ସମେତ ୪ ମୃତ

ରାଇରଙ୍ଗପୁର: ଶୁକ୍ରବାର ଠାରୁ ରାଇରଙ୍ଗପୁର ସହର ସମେତ ସମଗ୍ର ବାମନଘାଟୀ ଉପଖଣ୍ଡରେ ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷା ବିତ୍ପାତ ଘଟି ଅନେକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ଆଜି ଶନିବାର ବାମନଘାଟି ଉପଖଣ୍ଡରେ ତିନୋଟି ପୃଥକ ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଯାଇଛି । ପ୍ରଥମତଃ ବିଶୋଇ ବ୍ଲକର ଲୁହାକାନୀ ପଞ୍ଚାୟତର ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ମାଟିକାନ୍ଥ ଭୁଶୁଡି ଦୁଇ ନାବାଳିକା ଭଉଣୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଦ୍ବିତୀୟ ଘଟଣାରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ସହରର ଅମଲା ଲେନରେ ଗତକାଲି ରାତିରୁ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିଲା । ଅଗ୍ନିଶମ, ପୌରପରିଷଦ, ପୁଲିସ, ପ୍ରଶାସନ ତରଫରୁ ଏହାକୁ କାଟି ରାସ୍ତା ଅବରୋଧ ନହଟାଇବା ଫଳରେ ବାଡେଇ ହୋଇ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ହେଉଛି ଶୁକଦେବ ମହାନ୍ତ, ପିତା ଉପେନ୍ଦ୍ର ମହାନ୍ତ । ତାଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଛଣପାଳ ଗ୍ରାମରେ । ସେହିପରି ତୃତୀୟ ଘଟଣାରେ ସହରର ରେଳବାଇ ଫାଟକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମହିନ୍ଦ୍ରା ପିକଅପ ଜଣେ ସ୍କୁଟି ଆରୋହୀ କ୍ଷୀରୋଦ ମହାନ୍ତଙ୍କୁ ଜୋରଦାର ଧକ୍କା ଦେଇ ଘୋଷାରି ନେଇଯିବାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ରକ୍ତାକ୍ତ ଶବକୁ ସ୍ଥାନୀୟ ଲୋକମାନେ ବେଶ କସରତ କରି ଗାଡି ତଳୁ ଉଦ୍ଧାର କରିଥିଲେ । ଉତ୍ୟକ୍ତ ଲୋକେ ଗାଡିର ଡ୍ରାଇଭରକୁ କାବୁକରି ପୁଲିସର ଜିମା ଦେଇଥିଲେ । ଏହି ଘଟଣା ପରେ ଘଟଣାସ୍ଥଳରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା । ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ସଦଳବଳେ ପହଞ୍ଚି ଶବ ଉଦ୍ଧାର କରି  ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ । ଘଟଣା ଘଟାଇଥିବା ପିକ ଅପ ଗାଡିକୁ ଥାନାକୁ ନେଇଥିଲେ । ଡ୍ରାଇଭରକୁ ଅଟକ ରଖାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories