ଶନିବାର ରାଶିଫଳ ( ୨୦/୦୮/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Aug 20, 2022 Share ମେଷ : ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ ହେଲା ଧନ ଲାଭ ହେବ; ମାତ୍ର ଅଧିକ ନ ହେଲେ ପତ୍ନୀଙ୍କର ବିରକ୍ତି ଭାବ ଆସିପାରେ। ମାନସିକ ସଂଘାତକୁ ଅନୁଭବ କରିପାରନ୍ତି। କୀର୍ତ୍ତିମାନ୍ ହେବେ। ବୃଷ : ଆଜନ୍ମା ଜ୍ଞାନୀ ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ଫୁଲର ଧନୁ ଧରି କମଳ ଦେଶର ରାଜକୁମାର ସାଜିପାରନ୍ତି। ଆୟ ଆଶାନୁରୂପ ହେବ। ମିଥୁନ : କର୍ମ କୁଶଳତା ଆପଣଙ୍କୁ ଆଦର୍ଶବାଦୀ କରିପାରେ। ଏକାନ୍ତ ସାଧନା ସିଦ୍ଧିପ୍ରାପ୍ତିର ସୁଗମ ମାର୍ଗ। ଭକ୍ତି ଭାବରେ ଅନୁଗଣିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ବାସ୍ଥ୍ୟ ରକ୍ଷା ପାଇଁ ଯତ୍ନବାନ୍ ହେବେ। କର୍କଟ : ଆପଣଙ୍କ ସୃଜନଶୀଳତା ଅନୁଗାମୀମାନଙ୍କୁ ଦିଗ୍ଦର୍ଶନ ଦେବ। ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍କର୍ମ ଯୋଗୁଁ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ପ୍ରାପ୍ତ ହେବେ। ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମନରେ ଲଗାମ୍ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ପରିବାର ସହିତ ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। କନ୍ୟା : ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିପାରନ୍ତି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। Related Posts ଆନ୍ତଃ ଜିଲ୍ଲା ସଂଯୋଗ ପାଇଁ ପ୍ରତିବନ୍ଧକ… May 3, 2024 ଥର୍କୁ ଟକ୍କର ଦେବାକୁ ଆସିଲା ଗୁର୍ଖା,… May 3, 2024 ତୁଳା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୂଟ, କପଟର ଶିକାର ହେବାର ସୂଚନା ମିଳୁଛି। ଦୃଢ଼ ଆତ୍ମବଳରେ ବଳୀୟାନ ହେବେ। ବନ୍ଧୁ ସହାୟତା ପାଇ ବିପଦର ସାମନା କରିପାରନ୍ତି। ସାହସୀ ହେବେ। ବିଛା : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନବଳରେ ଶୂନ୍ୟତା ମଧ୍ୟରୁ ପୂର୍ଣ୍ଣତାକୁ ଆବିଷ୍କାର କରିପାରନ୍ତି। ଆଜିର ଦିନଟି ମଙ୍ଗଳମୟ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଚେଷ୍ଟା ଫଳବତୀ ହେବ। ଧନୁ : ବ୍ୟବହାର ଭଦ୍ରୋଚିତ୍ତ ହେବ। କର୍ମ କୁଶଳତା ଆପଣଙ୍କୁ ମହାନ୍ ପଦାଧିକାରୀ କରିପାାରେ। ଦେଖା ଦେଇଥିବା ଶତ୍ରୁଭାବ ଆପଣାଛାଏଁ ଧୂମିଳ ହୋଇପାରେ। ଋଣ ପରିଶୋଧରେ ତତ୍ପର ହୋଇପାରନ୍ତି। ମକର : ଆତ୍ମ ମୂଲ୍ୟାୟନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ପତିପ୍ରାଣା ପତ୍ନୀର ପରାମର୍ଶ ସୁଖଦାୟକ ହେବ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। କୁମ୍ଭ : ବିଲୁପ୍ତ ଭାଷା ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ବିଶ୍ବକୋଷଭାବେ ନିଜକୁ ପ୍ରତିପାଦିତ କରିପାରନ୍ତି। ଶ୍ରମ କଠିନ ହେଲେ ବି, ତା’ର ମୂଲ୍ୟାଙ୍କନ ହେବ। ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ମୀନ : ଜୀବନର ରକ୍ଷା କବଚ; ଆଧ୍ୟାତ୍ମବାଦୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟର ଦ୍ବାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍ ହେବେ। Share FacebookTwitterWhatsApp
Comments are closed.