ପାନୀୟଜଳ ବ୍ୟବସ୍ଥା ପାଇଁ ନଳକୂଅ ବିଶୋଧନ ପ୍ରକ୍ରୀୟା ଆରମ୍ଭ
ଚଳିତ ବନ୍ୟାରେ ବାଙ୍କୀ ଓ ଡମପଡା ବ୍ଲକର ବିଲିପଡା, ଶିମିଳିପୁର, ହରିରାଜପୁର ପରି ବାଙ୍କୀ ବ୍ଲକର ସୁବର୍ଣ୍ଣପୁର, ରତାଗଡ, ଅନୁୟାରୀ, ଗୋଳାଗଣ୍ଡ, ବନ୍ଦାଳ ଆଦି ବହୁ ପଞ୍ଚାୟତରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଗୁଡିକ ପାଣିରେ ବୁଡି ରହିଥିବା ଯୋଗୁ ଗ୍ରାମାଞ୍ଚଳରେ ବନ୍ୟା ବିପନ୍ନଙ୍କୁ ପାନୀୟଜଳ ଯୋଗାଣ ସେବା ବାଧାପ୍ରାପ୍ତ ହୋଇଛି। ତୁରନ୍ତ ଓ ତ୍ୱାରିତ ସ୍ଥିତିରେ ପ୍ରଭାବିତ ମାନଙ୍କୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ରାସ୍ତା ସଞ୍ଜୋଗ ଥିବା ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ ପଞ୍ଚାୟତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ପ୍ରଭାବିତ ଗ୍ରାମ ମାନଙ୍କରେ ବୁଡିନଥିବା ନଳକୂଅ ଗୁଡିକୁ ଗୁରୁବାର ଠାରୁ ଯୁଦ୍ଧ ଭିତ୍ତିରେ ବ୍ଲିଚିଂ ପକାଯାଇ ବିଶୋଧନ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାନୀୟଜଳ ପ୍ରକଳ୍ପର ଏସଡିଓ ବିକାଶ ସାମଲଙ୍କ ନିର୍ଦ୍ଦେଶ କ୍ରମେ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ ଏବଂ ବୈଷ୍ଣବ ଚରଣ ମଲ୍ଲିକଙ୍କ ସଞ୍ଚାଳନରେ ନଳକୂଅ ଗୁଡିକୁ ବିଶୋଧନ କରାଯାଇଛି।
Comments are closed.