ଭଙ୍ଗା ଘରେ ବୃଦ୍ଧ ବାପାମା’ଙ୍କ ସହ ଅସହାୟ ଜୀବନ ବଞ୍ଚୁଛି ନାବାଳିକା ଝିଅ
କଲମପୁର:ଲଗାଣ ବର୍ଷାରେ ଭାଙ୍ଗିଲା ଘର। ଅସହାୟ ହେଉଛନ୍ତି ପରିବାର ଲୋକ। ବୟସାଧିକ ଯୋଗୁଁ ଘର ସଜାଡିବା ପାଇଁ ମୁରବୀ ଋଷି ବଚ୍ଛା ଅଥବା ତାଙ୍କ ସ୍ତ୍ରୀ ପାଖରେ ଆର୍ଥିକ ସମ୍ବଳ ଅଥବା ଶାରିରୀକ ସାମର୍ଥ୍ୟ ନାହିଁ। ଋଷିଙ୍କ ବୟସ ୮୦ ପାଖା ପାଖି ହୋଇଥିବା ବେଳେ ପତ୍ନୀ ସଳଖି ଠିଆ ହେଇ ପାରୁନାହିଁ। ବୃଦ୍ଧ ବାପା ମାଁଙ୍କ ବୋଝ ଏବେ ୧୩ ବର୍ଷିୟା ନାବାଳିକା ହେମ ଉପରେ। ସେ ଉଭୟଙ୍କ ସେବା ଯତ୍ନ କରିବ ନା ଭୋକିଲା ପେଟ ପାଇଁ ଦାନା ଜୁଟାଇବାକୁ କେଉଁଠି କାମ କରିବା ପାଇଁ ଯିବ ? ଏଭଳି ସ୍ଥିତିରେ ଏହି ପରିବାର ପାଇଁ ସରକାରଙ୍କ ଆବାସ ଯୋଜନାରୁ ଏକ ଘର ତିଆରି ପାଇଁ ଆର୍ଥିକ ସହାୟତା ଅନୁମୋଦିତ ହେଇଥିଲା।
ବୃଦ୍ଧ ଋଷି ଘର ତିଆରି କରାଇରେ ସମର୍ଥ ନଥିବାରୁ ଗାଁର ଜନୈକ ଯୁବକଙ୍କୁ ଘର ତିଆରି କରାଇ ଦେବା ପାଇଁ ଦାଇତ୍ୱ ଦେଇଥିଲେ। ୩ଟି କିସ୍ତିରେ ପ୍ରାୟ ଏକ ଲକ୍ଷ ଟଙ୍କା ଉଠାଣ କରାଯାଇଥିଲେ ମଧ୍ୟ ଘରର ବାକିଆ କାମ ସମ୍ପାଦିତ ହୋଇ ପାରି ନାହିଁ। ଏଭଳି ସ୍ଥିତିରେ ଲଗାଣ ବର୍ଷା ଯୋଗୁଁ ପୁରୁଣା ମାଟି କାନ୍ଥର ଘର ଭୁଷୁଡି ପଡିବା ଯୋଗୁଁ ପରିବାର ଅସହାୟ ହୋଇ ପଡିଛନ୍ତି। ବାକି ଥିବା ଘର କାମ ତୁରନ୍ତ ସମ୍ପାଦିତ କରିବା ପାଇଁ ନେହୁରା ହେଉଛି ଋଷିଙ୍କ ନା ବାଳିକା ଝିଅ ହେମ। ଏନେଇ ସୂଚନା ପାଇବା ପରେ ଖୋଦ ବିଡିଓ ପ୍ରସନ୍ନ କୁମାର ପଟେଲ ଓ ତହସିଲଦାର କରିଶ୍ମା ବେଶ୍ରା ଅସହାୟଙ୍କ ବଙ୍କାପଲା ଠାରେ ଥିବା ଘର ଓ ଏହି ପରିବାରର ଅସହାୟତା ବୁଝିବା ପାଇଁ ଯାଇଥିଲେ। ଋଷିଙ୍କ ଝିଅ ଏହି ପ୍ରଶାସନିକ ଅଧକାରୀଙ୍କୁ ତୁରନ୍ତ ଘର କାମ ଶେଷ କରାଇବା ଦିଗରେ ପଦକ୍ଷେପ ନେବା ପାଇଁ ଆକୁଳ ନିବେଦନ କରିଥିଲେ।
Comments are closed.